Categories: ଫୁରସତ

ସୁରକ୍ଷିତ ନୁହେଁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା, ପିଲାମାନଙ୍କ ପାଇଁ ଏହା ‘ବିଷ’ ସଦୃଶ

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ପାଣି ପିଇବା ଲାଗି ପ୍ଲାଷ୍ଟିକ ବୋତଲର ବ୍ୟବହାର ସାଧାରଣ କଥା ପାଲଟିଛି। ସ୍କୁଲ, କଲେଜ ଅଥବା ଅଫିସରେ ଲୋକମାନେ ପାଣି ପିଇବା ଲାଗି ପ୍ଲାଷ୍ଟିକ ବୋତଲର ବ୍ୟବହାର ଅଧିକ କରୁଛନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ। ବିଶେଷକରି ଖରାରେ ରଖାଯାଇଥିବା ପ୍ଲାଷ୍ଟିକ ବୋତଲର ପାଣି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଖରାପ। ପିଲାମାନଙ୍କୁ କଦାପି ଏହାକୁ ଦିଅନ୍ତୁ ନାହିଁ।

ପ୍ଲାଷ୍ଟିକର ପାଣି ବୋତଲ ଗରମ ହେବା ପରେ ଏଥିରୁ ମାଇକ୍ରୋ ପ୍ଲାଷ୍ଟିକ ନିର୍ଗତ ହୋଇଥାଏ। ଏଣୁ ଗରମ ପାଣିକୁ କାଚ ବୋତଲରେ ରଖି ଦେଇପାରିବେ। ଏହା ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ। ତେବେ ପ୍ଲାଷ୍ଟିକ ବୋତଲରେ ପାଣି ରଖିବା କାରଣରୁ ଏଥିରେ ରସାୟନିକ ପ୍ରକ୍ରିୟା ହୋଇଥାଏ। ଏଥିଯୋଗୁ ଶରୀରରେ ଅନେକ ପ୍ରକାର ରୋଗ ଜନ୍ମ ନେଇଥାଏ।

Share