ଯୋଗ କରିବା ପୂର୍ବରୁ/ପରେ ପାଣି ପିଇବା ଉଚିତ କି ନୁହେଁ? ଜାଣନ୍ତୁ ସଠିକ୍‌ ନିୟମ…

କହିବାକୁ ଗଲେ ଆଜିକାଲିର ଯୁବପୀଢ଼ି ଯୋଗ ମୁହାଁ। ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ ହୋଇ ଥିବାରୁ ସମସ୍ତେ ଯୋଗକୁ ଜୀବନର ଅଂଶ ଭାବେ ସାମିଲ କରୁଛନ୍ତି। ଯୋଗଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ତେବେ ଯୋଗ କରିବାକୁ ନେଇ ଅନେକ ନିୟମ ରହିଛି।
ଅନେକଙ୍କୁ ଯୋଗ କରିବା ପରେ ଥକ୍କା ଲାଗିଥାଏ। ଏଣୁ ପାଣି ପିଇବାକୁ ମନ ବଳାଇଥାଏ। ଏଣୁ ସେମାନେ ଯୋଗ କରିବା ପୂର୍ବରୁ ନଚେତ ପରେ ପାଣି ପିଇଥାନ୍ତି। ଆଜି ଆମେ ଏହା ଠିକ୍‌ କି ଭୁଲ ତାହା ଜଣାଇବୁ।
– ନିୟମାନୁଯାୟୀ ଯୋଗ କରିବାର କିଛି ସମୟ (୩୦ ମିନିଟ୍‌) ପୂର୍ବରୁ ପାଣି ପିଇ ପାରିବେ। ହେଲେ ସାଙ୍ଗେସାଙ୍ଗେ ପିଇ ଯୋଗ କରିବା ଉଚିତ ନୁହେଁ। ଏହାଦ୍ୱାରା ଶରୀରର ତାପମାତ୍ରା ବାଲାନ୍ସ ହେବା ସହ ରକ୍ତ ସଞ୍ଚଳନ ଠିକ୍‌ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହୁଏ ନାହିଁ।
-ଯୋଗ କରିବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ। ପ୍ରାୟ ୩୦-୪୦ ମିନିଟ୍‌ ପରେ ପାଣି ପିଅନ୍ତୁ। ଯୋଗ କରିବା ପରେ ପାଣି ପିଇଲେ ପେଟରେ ଯନ୍ତ୍ରଣା ସହ ଅନ୍ୟାନ୍ୟ ସମସ୍ୟା ଦେଖାଦେଇପାରେ।
– ଯୋଗ କରିବା ମଝିରେ ମଧ୍ୟ ପାଣି ପିଇବା ଉଚିତ ନୁହେଁ। ଏହାଦ୍ୱାରା ଶରୀରର ତାପମାତ୍ରାରେ ଅସନ୍ତୁଳନ ଦେଖାଦେଇଥାଏ। ଏଣୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।