ସାଗୁନଡୁଙ୍ଗୁରୀରେ ପାନୀୟ ଜଳର ସମସ୍ୟା ଉତ୍କଟ

ଖଡ଼ିଆଳ,୨୩।୬(ସୁଜିତ୍‌ ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡରାମୁଣ୍ଡା ଗ୍ରାମପଞ୍ଚାୟତ ସାଗୁନଡଙ୍ଗରି ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି। ଗ୍ରାମରେ ବସୁଧା ଯୋଜନା ଫେଲ ମାରିଛି। ଗ୍ରାମରେ ଗତ କିଛି ବର୍ଷ ହେଲା ବସୁଧା ଯୋଜନାରେ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି। ସେଥି ପାଇଁ ଗ୍ରାମରେ ଏକ ପାଣି ଟାଙ୍କି ମଧ୍ୟ ନିର୍ମାଣ ହୋଇଛି। ଏହି ପାଣି କୁସମାଲ ନଦୀରୁ ଯୋଗାଣ ହେଉଛି। ହେଲେ ଯୋଗାଣ ହେଉଥିବା କୁସମାଲ ମୋଟର ପାଖରୁ କେବୁଲ ଚୋରି ହେଉଥିବାରୁ ପାଣି ଯୋଗାଣରେ ବ୍ୟାଘାତ ହେଉଛି। ଅଗାରୁ ଅନେକ ଥର ଏହି ପରି କେବୁଲ ଚୋରି ହୋଇଥିବା ବେଳେ ଗତ ୧୦ ଦିନରୁ ଅଧିକ ହେବ ପୁଣି ଥରେ କେବୁଲ ଚୋରି ହେବାରୁ ଗ୍ରାମରେ ପାଣି ଯୋଗାଣ ବନ୍ଦ ହୋଇଯାଇଛି। ୫ଶହରୁ ଊଦ୍ଧର୍‌ବ ଜନସଂଖ୍ୟା ଥିବା ଗ୍ରାମରେ କେବଳ ୨ଟି ନଳକୂପ ରହିଛି। ଏହି ନଳକୂପରେ ମଧ୍ୟ ପାଣି କମ ବାହାରୁଛି। ଫଳରେ ମହିଳାମାନେ ରାତି ୩ ଘଣ୍ଟା ସମୟରୁ ଆସି ନଳକୂପରେ ଜଗି ପାଣି ନେଉଛନ୍ତି। ନଳକୂପରେ ପ୍ରାୟ ୨୦ ମିନିଟରେ ଗୋଟିଏ ଗରିଆ ପାଣି ବାହାରୁଛି। ଶତାଧିକ ମହିଳାଙ୍କୁ ଗରାଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଫଳରେ ପୁରୁଷମାନେ ନିକଟସ୍ଥ ଗ୍ରାମରୁ ପାଣି ଆଣିଯାଉଛନ୍ତି। ଏ ବିଷୟରେ ଗଡରାମୁଣ୍ଡା ସରପଞ୍ଚ ବୃନ୍ଦାବନ ବାଗଙ୍କୁ ଯୋଗାଯୋଗ କରାଯିବାରୁ ଗ୍ରାମରେ ଗତ କିଛି ଦିନ କେବୁଲ ଚୋରି ହେବାରୁ ପାଣି ସମସ୍ୟା ରହିଥିଲା। ଏ ବିଷୟରେ ମୁଁ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲି। ଗତ କିଛିଦିନ ହେଲା ଟ୍ୟାଙ୍କରରେ ମଧ୍ୟ ପାଣି ଯୋଗାଇ ଦେଉଥିଲି। ଶୀଘ୍ର କେବୁଲ ଲଗାଇ ପାଣି ଯୋଗାଣ କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri