ପାନୀୟ ଜଳ ସମସ୍ୟା ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୨୧ା୩:ଖରା ପାଇଁ ନଦୀ ନାଳ ଶୁଖିଲା ପଡ଼ିଛି। ଅଚଳ ନଳକୂପର ମରାମତି ହେଉନାହିଁ। ଗ୍ରାମକୁ ଏବେ ବି ପାଇପ ଯୋଗେ ପାନୀୟ ପାଣି ଯୋଗାଇ ଦିଆଯାଇନାହିଁ। ଏପରି ବହୁ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସୋମବାର ଆୟୋଜିତ ପଲ୍ଲୀରେ ପ୍ରଶାସନ ଶିବିରରେ ପହଞ୍ଚତ୍ଛି। ଭୂଗର୍ଭ ଜଳ ଲୁଣିଆ ହେଉଥିବାରୁ ଜିଲାବାସୀ ପାଣିର ଅଭାବକୁ ନେଇ ଚିନ୍ତାରେ ଅଛନ୍ତି। ମହାକାଳପଡ଼ା ବ୍ଲକ ବଡ଼ଦାଣ୍ଡୁଆ ବ୍ଲକର ଗ୍ରାମବାସୀ ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗ୍ରାମର ପାନୀୟ ଜଳ ସମ୍ପର୍କରେ ଅଭିଯୋଗ କରିଛନ୍ତି।
ବଡ଼ଦାଣ୍ଡୁଆ ଗ୍ରାମର ସରିତା ହାଲ୍‌ଦାର କହିଛନ୍ତି, ଗ୍ରାମରେ ୩ଟି ନଳକୂପ ଅଛି। ତେବେ ଖରାଦିନ ଆରମ୍ଭରୁ ଏହା ଅଚଳ ହୋଇପଡ଼ିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ନଳକୂପ ମରାମତି ହୋଇପାରୁନାହିଁ। ପିଇବା ପାଣି ଆଣିବାକୁ ପ୍ରାୟ ୧ କିଲୋମିଟର ଯିବାକୁ ପଡୁଛି। ଜିଲା ପ୍ରଶାସନ ପକ୍ଷରୁ ନଳକୂପ ମରାମତି ସହ ଟ୍ୟାଙ୍କରରେ ପାଣି ଯୋଗାଇବାକୁ ସେ ଦାବି କରିଛନ୍ତି। ସେହିପରି ରାଜନଗର ବ୍ଲକ ବଗପାଟିଆର ଅନ୍ୟତମ ଅଭିଯୋଗକାରୀ ସୁଦର୍ଶନ ଦାସ କହିଛନ୍ତି, ୭ ନଳକୂପରୁ ୪ଟି ଅଚଳ ହୋଇଛି। ଅବଶିଷ୍ଟ ୩ଟିରେ ପାଣି ପାଇଁ ବିବାଦ ସୃଷ୍ଟି ହେଉଛି। ପାଣି ପାଇଁ ମେଳି ହେଉଥିବାରୁ ଗ୍ରାମ କଳହକୁ ରୋକି ହେଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପାଟକୁରା ଗ୍ରାମର ସଦାଶିବ ଭୋଇ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ କାଟ ଅସହ୍ୟ ହୋଇଛି। ଫଳରେ ଜଗନ୍ନାଥପୁର, ପୁନ୍ଦାଳୋ, ଆଖୁଆ, ନରସିଂହପୁର, ବେଡାରି, ଜଗଦଳପୁର ଆଦି ଗ୍ରାମରେ ପାଇପ ପାଣି ଆବଶ୍ୟକ ମୁତାବକ ପହଞ୍ଚତ୍ ପାରୁନାହିଁ। ଗୋଖାପଡ଼ାର ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ଲୁଣା ଜଳ ସମସ୍ୟାର ସମାଧାନ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ୨୦୧୮ ମସିହାରୁ ନିର୍ମାଣାଧୀନ ଅଛି। ଏହି ପ୍ରକଳ୍ପ ୨୦୨୦ ସୁଦ୍ଧା ସରିବା ପାଇଁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲେ ମଧ୍ୟ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସରିନାହିଁ। ନଳକୂପଗୁଡ଼ିକ ମରାମତି ହେଉ ନ ଥିବାରୁ ପାନୀୟ ଜଳ ସ୍ଥାନୀୟ ଅଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିଛି।
ରାଧାକାନ୍ତ ମହାନ୍ତି କହିଛନ୍ତି, ଜିଲାର ରାଜକନିକା, ଆଳି, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳସ୍ଥ ଭୂତଳ ଜଳ ଲୁଣା ହୋଇଥିବା ନେଇ ରାଜ୍ୟ ଓ କେନ୍ଦ୍ର ଭୂତଳ ଜଳ ବୋର୍ଡ ୨୦୧୭ ମସିହାରେ ରିପୋର୍ଟ ଦେଇଛି। ଏଥିସହ ଜିଲାର ଅବଶିଷ୍ଟ ୫ ବ୍ଲକ ଅଞ୍ଚଳର ଭୂତଳ ଜଳ ଲୁଣାସ୍ତର ବଢ଼ୁଥିବା ଏହି ରିପୋର୍ଟରେ ଉଲ୍ଲେଖ ଅଛି। ଜିଲାର ପାନୀୟ ଜଳ ସମସ୍ୟା ସମାଧାନ ଆବଶ୍ୟକ। ୧୭,୦୩୮ ନଳକୂପ ମଧ୍ୟରୁ ମାତ୍ର ୪୦୦ଟି ନଳକୂପ ଅଚଳ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳୁଛି। ମାତ୍ର ଏଥିରେ ବାସ୍ତବତା ନାହିଁ। ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ନଳକୂପ ଅଚଳ ହୋଇଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଥିବା ସେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରର ବୈଠକ ସରିଛି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ପ୍ରତ୍ୟେକ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଗ୍ରାମରେ ପାନୀୟ ଜଳ ଯୋଗାଣରେ ଅସୁବିଧା ଥିଲେ ଟ୍ୟାଙ୍କର ଯୋଗେ ଜଳ ପରିବହନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

ଚାଷୀଙ୍କୁ କ୍ଷତିପୂରଣ ଦାଦି କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri