ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ପଙ୍କୁଆ ପାଣି

ଡେରାବିଶ,୨୯ା୪ (ବେବର୍ତ୍ତା ଅଜୟ ଦାସ): ବର୍ତ୍ତମାନ ଦିନକୁଦିନ ତାପମାତ୍ରା ବୃଦ୍ଧି ପାଇ ଚାଲିଛି। ପାନୀୟ ଜଳ ପାଇବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତରେ। ଏହି ପଞ୍ଚାୟତ ଅଧୀନ ରଘୁଦେଇପୁରଠାରେ ଥିବା ରଘୁଦେଇପୁର ଓ ନୋଳସାହି ଗ୍ରାମକୁ ପାନୀୟ ଜଳ ଯୋଗାଇଦେବାକୁ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ପ୍ରକଳ୍ପରୁ ଆଇରନଯୁକ୍ତ ପଙ୍କୁଆ ପାଣି ବାହାରୁଥିବାରୁ ଉଭୟ ଗ୍ରାମର ଅଧିବାସୀ ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ଟୋପାଏ ପାଇବାକୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହୋଇଛି। ଏହି ଉଭୟ ଗ୍ରାମକୁ ପାନୀୟ ଜଳ ପାଇପ୍‌ ଯୋଗେ ଯୋଗାଇ ଦେବାକୁ ବିଭାଗସ୍ତରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବର୍ଷାଧିକ କାଳ ହେବ ଏକ ପାନୀୟ ପ୍ରକଳ୍ପ ଚାଲୁ ରହିଥିଲା। ନିର୍ମାଣ ହୋଇଥିବା ଓଭରହେଡ ଟାଙ୍କିରୁ ସମ୍ପୃକ୍ତ ଗ୍ରାମ ଦୁଇଟିକୁ ପାଇପ୍‌ ଯୋଗେ ଜଳ ଯୋଗାଇ ଦିଆଯାଇଛି। ମାତ୍ର ପାଣିର ମାନ ଅତ୍ୟଧିକ ଖରାପ ଥିବାରୁ ତାହା ଗ୍ରାମବାସୀଙ୍କ ପାଇଁ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ। ଏଥିସହିତ ଗ୍ରାମରେ ଥିବା ବିଭିନ୍ନ ନଳକୂପରୁ ଜଳସ୍ତର ହ୍ରାସ ପାଇବା ଯୋଗୁଁ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବାରୁ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଗ୍ରାମବାସୀ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ଡେରାବିଶ ବ୍ଲକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରୁଦ୍ର ପ୍ରସାଦ ସେଠୀଙ୍କୁ ପଚାରିବାରେ ଦୀର୍ଘବର୍ଷର ଉକ୍ତ ପ୍ରକଳ୍ପ ହୋଇଥିବାରୁ ପାଣିର ମାନ ଉପରେ ଆମେ ଆଶଙ୍କିତ ରହିଛୁ। ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ସେ ଅବଗତ କରାଇଛନ୍ତି। ଉକ୍ତ ସ୍ଥାନରେ ନୂତନ ପାଣି ଉତ୍ସର ଆବଶ୍ୟକତା ରହିଥିବା ନେଇ ସେ ରିପୋର୍ଟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ସରକାରୀ ନୋଟିସ ମୂଲ୍ୟହୀନ: କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ବାଂଲାଦେଶ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ଖୋଲାମେଲା ସମୁଦ୍ର। ଏହି ଦୂରତା ଅତିକ୍ରମ କରିବା ପାଇଁ ସି ସଟ୍‌ଲକୁ ମାତ୍ର ୮...

ଆଜି ମା’ରାମଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ

ମହାକାଳପଡ଼ା,୧୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ସୋମବାର ଝାମୁ ଯାତ୍ରା ଅନୁଷ୍ଠିତ...

ବିଜେଡିର ଭୀଷ୍ମ ମହାନ୍ତି ହେଲେ ଜିଲା ପରିଷଦ ଉପାଧ୍ୟକ୍ଷ

କେନ୍ଦ୍ରାପଡା, ୧୧ା୪(ଜଗନ୍ନାଥ ଧଳ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫାଙ୍କା ରହିଥିବା କେନ୍ଦ୍ରାପଡା ଜିଲା ପରିଷଦ ଉପାଧ୍ୟକ୍ଷ ପଦ ଶୁକ୍ରବାର ପୂରଣ ହୋଇଛି ା ଏହି...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ୨୨ ଏପ୍ରିଲରୁ ଅନିର୍ଦ୍ଦିଷ୍ଟ କାଳ ପ୍ରତିବାଦ

କେନ୍ଦ୍ରାପଡା,୧୦।୪: ଉପକୂଳ ଜିଲାରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ଦାବି କରି କେନ୍ଦ୍ରାପଡା ବାସିନ୍ଦା ୨୨ ଏପ୍ରିଲରୁ କଲେକ୍ଟରଙ୍କ...

ସରକାରୀ ଜମିରୁ ଜବରଦଖଲ ମୁକ୍ତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖାଲି ହେଲା ଗୋଚର, ଗ୍ରାମ୍ୟ ରାସ୍ତା ଜମି

ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲକରି...

ଜଣଙ୍କ ଘରୁ ୮ ବସ୍ତା ରାଶନ ଚାଉଳ ଜବତ

ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡିଢ଼ି ଗ୍ରାମ ଖୁଚୁରା ବିକ୍ରୟ କେନ୍ଦ୍ରର ୮ ବସ୍ତା ଚାଉଳ ଜଣକ ଘରୁ ଯୋଗାଣ ବିଭାଗ...

ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ହାତରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସିଜିନର ତୃତୀୟ ପରାଜୟରେ ନିରାଶ ହୋଇଥିବା ପାଣ୍ଡ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image