୩ ଗାଁରେ ପାନୀୟ ଜଳ ଉତ୍କଟ

ନୟାଗଡ଼,୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲ୍ଳକ ବଡବାଣପୁର ପଞ୍ଚାୟତର ଭ୍ରମରବରପ୍ରସାଦର ଶିମଳିସାହି, ସିଦ୍ଧାମୂଳା ପଞ୍ଚାୟତର ଆନନ୍ଦନଗର, ସିଘାଂପଡ଼ା ପଞ୍ଚାୟତର ଖୁଣ୍ଟୁବନ୍ଧ ଗାଁରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ଖୁଣ୍ଟୁବନ୍ଧ ଗାଁରେ ୭୪ ପରିବାରର ୨୦୫ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ଏଠାରେ ୨ଟି ନଳକୂପ। ନଳକୂପର ଜଳ ଫ୍ଲୋରାଇଡ ରହିଥିଲେ ହେଁ ପ୍ରଶାସନ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଗାଁ ପୋଖରୀ ୮ ମାସ ହେଲା ଶୁଖିଲା ପଡିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପୋଖରୀର କାର୍ଯ୍ୟ ଆରମ୍ଭ କରାଯାଇ ଅଧାପନ୍ତରିଆ କରି ପକାଯାଇଛି। ପୋଖରୀ କାମ କରିବାକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସୁଫଳ ମିଳୁନି। ଗଁାରେ ନଳକୂପର ଜଳ ଫ୍ଲୋରାଇଡ୍‌ ହୋଇଥିବାବେଳେ ପାନୀୟ ଜଳ ପ୍ରକଳ୍ପରୁ ପାଣି ପାଇବା ପାଇଁ ପ୍ରଶାସନର ପଦକ୍ଷେପ ନାହିଁ। ଆନନ୍ଦନଗର ଗାଁରେ ୭୯ ପରିବାରର ୨୫୦ ଲୋକ ବାସ କରନ୍ତି। ଏଠାରେ ୨ଟି ନଳକୂପ ଥିଲେ ମଧ୍ୟ ଅଚଳ ହୋଇପଡିଛି। ଗାଁ ୩ଦିନକୁ ଥରେ ପାଇପ ଯୋଗେ ପାଣି ଆସୁଛି। ଦିନକୁ ୧୫ ମିନଟ୍‌ ସମୟ ପାଣି ଆସୁଛି। ପାଣି ଆସିବା ସମୟର ନିର୍ଘଣ୍ଟ କରାଯାଇନାହିଁ। ୧୫ ମିନିଟ୍‌ ସମୟରେ ପାଣି ଗଛିତ କରି ନ ରଖିଲେ ଦୂଷିତ ଜଳ ପାନୀୟ ଜଳ ରୂପେ ବ୍ୟବହାର କରିବାକୁ ପଡୁଛି। ଅନ୍ୟପକ୍ଷେ ୧୫ ମିନିଟ୍‌ ଭିତରେ ଦିନ ପାଇଁ ପାଣି ଗଚ୍ଛିତ କରି ରଖିବା କାଠିକର ପାଠ ହୋଇ ପଡୁଛି ବୋଲି ଅଭିଯୋଗ ରହିଛି। ଭ୍ରମରବରପ୍ରସାଦର ଶିମଳିସାହିରେ ୨୦ ପରିବାର ୬୭ ଲୋକ ବାସ କରନ୍ତି। ଏଠାରେ ଗୋଟିଏ ନଳକୂପରୁ ଫ୍ଲୋରାଇଡ ପାଣି ବାହାରୁଛି। ନିକଟସ୍ଥ ଘଣାଶାଳିଆ ଗାଁକୁ ପାଇପ ପାଣି ଯାଇଥିବାବେଳେ ଶିମଳିସାହିକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଆସୁଛି। ୩ଟି ଗାଁର ଲୋକ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପ୍ରତିବର୍ଷ ବ୍ଲ୍ଳକ, ପଞ୍ଚାୟତ ଓ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ପାଉ ନ ଥିବା ଅଭିଯୋଗ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri