ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ ହୋଇଥିଲେ ବି ଜଳ ଯୋଗାଣ ହେଉନି। ଫଳରେ ଗ୍ରାମବାସୀ ପୂର୍ବଭଳି ନାଳ ପାଣି ବ୍ୟବହାର କରୁଛନ୍ତି।
ସୂଚନା ଅନୁଯାୟୀ, ଜିଲାର ସଦର ମହକୁମାଠାରୁ ବହୁ ଦୂରରେ ଅବସ୍ଥିତ ଉକ୍ତ ଗ୍ରାମରେ ପାଖାପାଖି ୧୨୦୦ଆଦିବାସୀ ବସବାସ କରୁଛନ୍ତି। ସବୁ ସରକାରୀ ଯୋଜନା ସହରତଳି ଅଞ୍ଚଳରେ ହେଉଥିବା ବେଳେ ଉକ୍ତ ଗ୍ରାମକୁ ଅବହେଳା କରାଯାଉଛି। ଗାଁ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ଲୋକେ ଦୂଷିତ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ବସୁଧା ଯୋଜନାରେ ପାଇପ୍‌ ବିଛା ଯାଇଛି, ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ ସରିଛି। ମାତ୍ର ପାଣିର ଦର୍ଶନ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଯୁବ ଓ ଶ୍ରମ ବିକାଶ ମଞ୍ଚର ଉପସଭାପତି ଜୟକୃଷ୍ଣ ନାଏକ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନଙ୍କୁ ଅବଗତ କରିଛନ୍ତି। ତୁରନ୍ତ ପିଇବା ପାଣି ଯୋଗାଇବା ସହିତ ରାସ୍ତାର ଉନ୍ନତୀ ପାଇଁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ନିବେଦନ କରିଛନ୍ତି। ଗ୍ରାମବାସୀ ମଧ୍ୟ ଜଳ ଯୋଗାଣ ନିମନ୍ତେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦୁଆ ଡ୍ରାଇଭରଙ୍କୁ ଅଦାଲତର ଛାଟ: ମାତ୍ର ୨ଦିନ ମଧ୍ୟରେ ରାୟ ପ୍ରକାଶ

ପାଟଣା,୧୮।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆ ନିକଟରେ ଗତ ଡିସେମ୍ବର ୫ତାରିଖ...

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ସାନ୍ତାଳୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି

କେନ୍ଦୁଝର,୧୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଧ୍ୟାହ୍ନରେ ରାଇସୁଆଁ ଏୟାର ଷ୍ଟ୍ରିପରେ ଫହଞ୍ଚି...

ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ

କେନ୍ଦୁଝର,୧୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲି ତିନି ଦିନିଆ ଗସ୍ତରେ କେନ୍ଦୁଝର ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ: ମହିଳାଙ୍କ ଶାଢ଼ିରେ ଲାଗିଲା ଦୀପ ନିଆଁ, ଆଉ ତା’ପରେ…

କେନ୍ଦୁଝର/ଘଟଗାଁ (ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ)୧୫ା୧୨: କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ମନ୍ଦିରରେ ରବିବାର ଅଘଟଣ ଘଟିଛି। ଦୀପଷ୍ଟାଣ୍ଡ୍‌ରୁ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ...

ସୋଲାର ପ୍ଲେଟ୍‌ ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ୍‌

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଧରଣୀଧର ବିଶବିଦ୍ୟାଳୟ ପାଖରେ ଥିବା ଏକ ସୋଲାର ପ୍ଲେଟ୍‌ ଗୋଦାମରେ ନିଆଁ ଲାଗି ଯିବାରୁ ବ୍ୟାପକ ନଷ୍ଟ ହୋଇଛି।...

ପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ ୧୪ ସମିତିସଭ୍ୟ

ପାଟଣା,୧୩ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକଙ୍କ ବିରୋଧରେ ଅନାସ୍ଥା ଲାଗି ପ୍ରସ୍ତାବ ଦିଆଯାଇଛି। ଶୁକ୍ରବାର ପାଟଣା...

ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବେ କେନ୍ଦୁଝର ସହର ରହିଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ...

୨ ଟ୍ରକ ମୁହାଁମୁହିଁ ଧକ୍କା: ଟ୍ରକ ଭିତରେ ୪ଘଣ୍ଟା ହେବ ଫସିଛନ୍ତି ଡ୍ରାଇଭର

ପାଟଣା,୧୩।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବୈତରଣୀ ନଦୀ ପୋଲ ନିକଟରେ ଶୁକ୍ରବାର ଭୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri