୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ-୨’

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ୍‌ ହେବାର ୭ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଛି। ରିଲିଜ ପୂର୍ବରୁ ମଧ୍ୟ ଆଡଭାନ୍ସ ଟିକେଟ ବୁକିଂରେ କୋଟି କୋଟି ଆୟ କରିଥିଲା। ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନ ଭଳି ଷ୍ଟାର୍‌କାଷ୍ଟ ଅଛନ୍ତି। ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।
ଅଜୟଙ୍କ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ୨୦୧୪ରେ ରିଲିଜ୍‌ ହୋଇଥିବା ‘ସିଙ୍ଗହମ ରିଟର୍ନସ’ ପ୍ରଥମ ସପ୍ତାହରେ ୧୦୦ ଅତିକ୍ରମ କରିଥିଲା। ସେହିପରି ‘ଗୋଲମାଲ ରିଟର୍ଣ୍ଣସ’ ରିଲିଜ୍‌ ହେବାର ପ୍ରଥମ ସପ୍ତାହରେ ମଧ୍ୟ ୧୩୬ କୋଟି ବକ୍ସ ଅଫିସ କଲେକସନ କରିଥିଲା। ଏହାପରେ ‘ଦୃଶ୍ୟମ-୨’ ସପ୍ତାହ ପୂର୍ବରୁ ୧୦୦ କୋଟି ବ୍ୟବସାୟ କରିଛି।

Share