୨୦୦ କୋଟି କ୍ଲବରେ ସାମିଲ ହେଲା ‘ଦୃଶ୍ୟମ ୨’

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ଫିଲ୍ମ ଲିଷ୍ଟରେ ସାମିଲ ହୋଇଛି ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ ୨’ । ଦମଦାର ସସପେନ୍ସ ଥ୍ରୀଲର ହୋଇଥିବା ବେଳେ ‘ଦୃଶ୍ୟମ ୨’ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛି । କାରଣ ଏବେ ଏହି ମୁଭି ୨୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି ।
ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମ ୨ ଅଡିଅନ୍ସଙ୍କ ଫେବରାଇଟ ଫିଲ୍ମ ପାଲଟି ଯାଇଛି । ଏବେ ରିଲିଜ୍ ହେବାର ୨୩ ଦିନ ପରେ ଏହା ବକ୍ସ ଅଫିସରେ ୨୦୦ କୋଟି ସଂଖ୍ୟାକୁ ଅତିକ୍ରମ କରିଯାଇଛି । ୧୮ ନଭେମ୍ବରରେ ରିଲିଜ୍ ହୋଇଥିବା ଦୃଶ୍ୟମ ୨କୁ ଦେଖିବାକୁ ଏବେବି ସିନେମା ହଲରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି । ସୌକଲିନର ରିପୋର୍ଟ ଅନୁଯାୟୀ, ୪ର୍ଥ ଶନିବାର ଦୃଶ୍ୟମ ୨ ବକ୍ ଅଫିସରେ ୪.୬୫ କୋଟି ଆୟ କରି ୨୦୦ କୋଟି କ୍ଲବରେ ସାମିଲ ହୋଇଛି ।
ତେବେ ଅଜୟ ଦେବଗନଙ୍କ କ୍ୟାରିୟରର ଏହା ତୃତୀୟ ମୁଭି ଯାହା ୨୦୦ କୋଟି କ୍ଲବରେ ସାମିଲ ହୋଇଛି ।

Share