ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ ଅଭିଷେକ ପାଠକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାର ଫଟୋ ସାମ୍ନାକୁ ଆସିଛି। ସେ ଅଭିନେତ୍ରୀ ଶିବାଲିକା ଓବରୋଇଙ୍କୁ ଗୁରୁବାର ଗୋଆରେ ବିବାହ କରିଛନ୍ତି। ଶିବାଲିକା ଏବଂ ଅଭିଷେକ ନିଜ ଇନଷ୍ଟାଗ୍ରାମରେ ବିବାହର ସୁନ୍ଦର ଫଟୋ ଶେୟାର କରିଛନ୍ତି। ବିବାହରେ ଘନିଷ୍ଠ ବନ୍ଧୁ, ପରିବାର ସଦସ୍ୟ ଏବଂ ଇଣ୍ଡଷ୍ଟ୍ରିର ଜଣାଶୁଣା ସେଲିବ୍ରିଟି, ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ।

ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ଫିଲ୍ମ ଦୃଶ୍ୟମ-୨ ସୁପରହିଟ୍‌ ହୋଇଥିଲା। ଏଥିରେ ଅଜୟ ଦେବଗନ, ଶ୍ରୀୟା ସରନ, ତବୁ, ଅକ୍ଷୟ ଖାନ୍ନା ଏବଂ ଇଶିତା ଦତ୍ତ ପ୍ରମୁଖ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ନିଶିକାନ୍ତ କାମତଙ୍କ ୨୦୧୫ ଫିଲ୍ମ ‘ଦୃଶ୍ୟମ’ ଏକ ସିକ୍ୱେଲ ଥିଲା। ଅନ୍ୟପକ୍ଷରେ, ଶିବାଲିକା ଓବରୋଇ ‘ୟେ ସାଲି ଆଶିକୀ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ‘ଖୁଦା ହାଫିଜ’ରେ ମଧ୍ୟ କାମ କରିଛନ୍ତି। ଅଭିଷେକ ପାଠକ ‘ଖୁଦା ହାଫିଜ’ର ନିର୍ମାତା ଥିଲେ ଏବଂ ଦୁହେଁ ସେହି ଚଳଚ୍ଚିତ୍ର ସେଟ୍‌ରୁ ପ୍ରେମରେ ପଡିଥିଲେ। ବର୍ତ୍ତମାନ ଏହି ଦମ୍ପତି ନିଜ ପ୍ରେମକୁ ବିବାହର ନାଁ ଦେଇଛନ୍ତି।

Share