ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଇଶିତା ଦତ୍ତ। ଦୃଶ୍ୟମ୍‌-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ବିବାହର ୬ ବର୍ଷ ପରେ ସେ ମା’ ହେବାକୁ ଯାଉଛନ୍ତି। ନିକଟରେ ଇଶିତା ବିମାନବନ୍ଦରରେ ନଜର ଆସିଥିଲେ। ଏଠାରେ ସେ ଗର୍ଭବତୀ ଥିବା ସ୍ପଷ୍ଟ ନଜର ଆସିଛନ୍ତି।
ଇଶିତା ହେଉଛନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଭଉଣୀ। ଏଥି ସହିତ ତାଙ୍କ ସ୍ବାମୀ ବତ୍ସଲ ସେଠ୍‌ ମଧ୍ୟ ଜଣେ ଅଭିନେତା। ସେ ଅନେକ ଟିଭି ଶୋ’ ଏବଂ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଅବ୍ବାସ-ମୁସ୍ତାନର ଟାର୍ଜନ ଦ ୱାଣ୍ଡର୍‌ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଉଭୟ ୨୦୧୭ରେ ବିବାହ କରିଥିଲେ।
ଇଶିତାଙ୍କୁ ଅଜୟ ଦେବଗନଙ୍କ ଦୃଶ୍ୟମ-୨ରେ ୟଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଥିଲା।

Share