ଓଟିଟିରେ ରିଲିଜ୍‌ ହେଲା ‘ଦୃଶ୍ୟମ-୨’

ମୁମ୍ବାଇ: ୨୦୨୨ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ଉଲ୍ଲେଖ କରାଯାଏ, ତେବେ ଏଥିରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ମଧ୍ୟ ରହିଛି। ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଆୟ କରିଥିବା ‘ଦୃଶ୍ୟମ-୨’ ବର୍ତ୍ତମାନ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହୋଇଛି। ପ୍ରାଇମ ଭିଡିଓ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଫିଲ୍ମର ପ୍ରୋମୋ ଶେୟାର କରି ସୂଚନା ଦେଇଛି। ଯଦି ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ରେ ସବସ୍କ୍ରିପଶନ ଅଛି, ତେବେ ମାଗଣାରେ ‘ଦୃଶ୍ୟମ-୨’ ଦେଖିପାରିବେ।
ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନ ଅଭିନୟ କରିଛନ୍ତି। ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।

Share