ଓଟିଟିରେ ରିଲିଜ୍‌ ହେବ ‘ଦୃଶ୍ୟମ-୨’

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇପାରିଛି। ଏହି ସସପେନ୍ସ ଥ୍ରୀଲର ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏଥିସହିତ ଦର୍ଶକ ଫିଲ୍ମର ଓଟିଟି ରିଲିଜ୍‌କୁ ଉତ୍ସାହିତ ସହିତ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଅଛି। ‘ଦୃଶ୍ୟମ-୨’ ପ୍ରେକ୍ଷାଳୟରେ ରେକର୍ଡ ଭାଙ୍ଗିବା ପରେ ଏବେ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି। ଆମାଜନ ପ୍ରାଇମ ଭିଡିଓରେ ରେଣ୍ଟରେ ଉପଲବ୍ଧ ଅଛି। ଏକ ମାସ ପରେ ଫିଲ୍ମ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଫିଲ୍ମରେ ଅଜୟ ଦେବଗନ, ଶ୍ରୀୟା ସରନ, ଅକ୍ଷୟ ଖାନ୍ନା ଏବଂ ରଜତ କପୁର ଅଭିନୟ କରିଛନ୍ତି।

Share