‘ଦୃଶ୍ୟମ-୨’ର ଟ୍ରେଲର୍‌ ରିଲିଜ୍‌

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ସୋମବାର ଏହି ଫିଲ୍ମର ଅଫିସିଆଲ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯାହାକୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମଟି ନଭେମ୍ବର ୧୮ରେ ପ୍ରେକ୍ଷାଳୟକୁ ଆସିବ। ନିକଟରେ ଅଜୟ ଦେବଗନ ଫିଲ୍ମର ଫାଷ୍ଟ ଲୁକ୍‌ ଶେୟାର କରିଥିଲେ।
ଅଭିନେତାଙ୍କ ଏହି ଫିଲ୍ମର ପ୍ରଥମ ଭାଗ ୨୦୧୫ରେ ରିଲିଜ୍‌ ହୋଇଥିଲା। ଦର୍ଶକ ଫିଲ୍ମକୁ ପସନ୍ଦ ମଧ୍ୟ କରିଥିଲେ। ଅଜୟ ବ୍ୟତିତ ଫିଲ୍ମରେ ଶ୍ରୀୟା ସରଣ,ତବୁ, ଇଶିତା ଦତ୍ତ,ମୃଣାଳ ଯାଦବ ପ୍ରଥମ ଭାଗରେ ନଜର ଆସିଥିଲେ।

Share