Posted inଫୁରସତ

ଟ୍ରାଫିକ୍‌ ପୋଲିସଙ୍କୁ ୪ କି.ମି. ଘୋଷାଡ଼ି ନେଲେ ଡ୍ରାଇଭର

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ନିୟମ ଉଲ୍ଲଂଘନ କରିଥିବା ଡ୍ରାଇଭରଙ୍କୁ ଫାଇନ୍‌ ମାଗିବା ଟ୍ରାଫିକ ପୋଲିସଙ୍କୁ ଭାରି ପଡ଼ିଛି। ସୋମବାର ଇନ୍ଦୋରର ସତ୍ୟସାଇ ଛକରେ ଜଣେ କାର୍‌ ଚାଳକ ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଲାଉଥିବା ଦେଖି ଡ୍ୟୁଟିରେ ଥିବା କନଷ୍ଟେବଳ ଶିବ ସିଂ ଚୌହାନ ତାଙ୍କୁ ଅଟକାଇଥିଲେ। ଡ୍ରାଇଭର ଜଣକ ଗାଡ଼ି ରଖିବା ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା ନେଇ ଶିବ ସିଂ ତାଙ୍କୁ ଫାଇନ୍‌ ମାଗିଥିଲେ। ଫାଇନ୍‌ କଥା ଶୁଣି ଡ୍ରାଇଭର ଜଣଙ୍କ ତାଙ୍କୁ ଧମକାଇବା ସହ ଗାଡ଼ି ଷ୍ଟାର୍ଟ କରି ସେଠାରୁ ଚାଲିଯାଇଥିଲେ। ସେହି ସମୟରେ ଶିବ ସିଂ କାର୍‌ ବୋନେଟ୍‌ ଉପରେ ଚଢ଼ିଯାଇଥିଲେ। ଏହାପରେ ଡ୍ରାଇଭର ଜଣକ କାର୍‌ଟିକୁ ଆଉ ରଖି ନ ଥିଲେ। ପାଖାପାଖି ୪ କି.ମି. ଦୂର ପର୍ଯ୍ୟନ୍ତ ଶିବ ସିଂଙ୍କୁ ବୋନେଟ୍‌ରେ ଝୁଲି ରହିବାକୁ ପଡ଼ିଥିଲା। ପରେ ଶିବ ସିଂ ବୋନେଟ୍‌ରୁ ଡେଇଁ ପଡ଼ିଥିଲେ। ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ ପରେ ତାଙ୍କ ବିରୋଧରେ ଦଫା ୨୭୯ ଏବଂ ୩୩୨ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri