Categories: ଖେଳ

ସମ୍ମାନିତ ହେଲେ ପନ୍ତଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିବା ଡ୍ରାଇଭର-କଣ୍ଡକ୍ଟର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟ ଟିମ୍‌ର ତାରକା କ୍ରିକେଟର ଋଷଭ ପନ୍ତ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ରୁର୍‌କି ନିକଟରେ ତାଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ସେଠାରେ ବସ୍‌ ଡ୍ରାଇଭର ସୁଶୀଲ କୁମାର ଏବଂ କଣ୍ଡକ୍ଟର ପରମଜିତ ପ୍ରଥମେ ପହଞ୍ଚିଥିଲେ। ଦୁହେଁ ଦେବଦୂତ ଭଳି ପନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରାଇଥିଲେ। ଏଭଳି ମହାନ କାର୍ଯ୍ୟକୁ ନେଇ ଏହି ଦୁଇଜଣଙ୍କୁ ସମ୍ମାନିତ କରାଯାଇଛି।

ସୁଶୀଲ ଏବଂ ପରମଜିତଙ୍କୁ ପାନିପତ ଡିପୋ ତରଫରୁ ସମ୍ମାନିତ କରାଯାଇଛି। ଏହାଛଡ଼ା ଉତ୍ତରାଖଣ୍ଡ ସରକାର ମଧ୍ୟ ଉଭୟଙ୍କୁ ସମ୍ମାନିତ କରିବେ ବୋଲି ଘୋଷଣା କରିଛନ୍ତି। ଦୁହେଁ ମାନବିକତା ରଖି ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନଙ୍କର ସମ୍ମାନ ନିଶ୍ଚିତ ଭାବେ କରିବା ଉଚିତ ବୋଲି ସରକାର କହିଛନ୍ତି।

ପାନିପତ ଡିପୋର ଜେନେରାଲ ମ୍ୟାନେଜର କୁଲଦୀପ ଝାଙ୍ଗରା ଉଭୟଙ୍କୁ ସମ୍ମାନିତ କରି କହିଛନ୍ତି, ସୁଶୀଲ-ପରମଜିତ ଜଣେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇ ଭଲ କାମ କରିଛନ୍ତି। କାରଣ ପରେ ସେ ଋଷଭ ପନ୍ତ ବୋଲି ସେମାନେ ଜାଣିଥିଲେ। ଆମେ ତାଙ୍କୁ ନେଇ ଗର୍ବ କରୁଛୁ। ଉତ୍ତରାଖଣ୍ଡ ସରକାର ମଧ୍ୟ ଦୁହିଁଙ୍କୁ ସମ୍ମାନିତ କରିବେ।

Share