ରାନୁ ମଣ୍ଡଳଙ୍କ ପରେ ଏବେ ଭାଇରାଲ ହେଉଛି ଜଣେ ଟ୍ରକ ଡ୍ରାଇଭରଙ୍କ ଭିଡିଓ

ମୁମ୍ବାଇ: ସୋସିଆଲ ମିଡିଆରେ ଅଧିକାଂଶ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କର ହୃଦୟକୁ ଛୁଇଁ ଯାଉଛି । ଏହି ଭିଡିଓ ଜଣେ ଟ୍ରକ ଡ୍ରାଇଭରଙ୍କର । ତାଙ୍କର ମଧୁର ସ୍ୱର ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ଦେଉଛି । ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ଯେଉଁଠାରୁ କେତେଜଣ କଣ୍ଠଶିଳ୍ପୀ ବାହାରିଛନ୍ତି । ଏହି ଲିଷ୍ଟରେ ରାନୁ ମଣ୍ଡଳଙ୍କଠାରୁ ଆରମ୍ଭ କରି ଭୁବନ ବଡାୟକର ଓ ସହଦେବ ଦିରଦିଓ ସାମିଲ ଅଛନ୍ତି । ଏଥର ଭିଡିଓରେ ଜଣେ ଟ୍ରକ ଡ୍ରାଇଭର ମହମ୍ମଦ ରଫିଙ୍କ ଗୀତ ଗାଉଛନ୍ତି । ଭିଡିଓଟିକୁ ବିବେକ ବର୍ମା ନାମକ ଜଣେ ୟୁଜର ଶେୟାର କରିଛନ୍ତି । ବିବେକ ନିଜେ ଜଣେ ଗାୟକ । ହେଲେ ସେ ଡ୍ରକ ଡ୍ରାଇଭର କମଲେଶ ଅଙ୍କଲଙ୍କ କଣ୍ଠର ଯାଦୁରେ ବାନ୍ଧି ହୋଇ ଯାଇଛନ୍ତି । ଏହାସହ ସେ ଏହାର କ୍ୟାପଶନରେ ଲେଖିଛନ୍ତି, ଆପଣମାନଙ୍କୁ କ୍ୟାପଶନ ପଢିବାକୁ ଅନୁରୋଧ କରୁଛି । କମଲେଶ ଅଙ୍କର ସାରା ଜୀବନ ଟ୍ରକ ଚଳାଇ କାଟିଛନ୍ତି । ହେଲେ ସେ ଜଣେ ହାର୍ଡକୋର ସଙ୍ଗିତକାର ଏହାସହ ମହମ୍ମଦ ରଫିଙ୍କର ଜଣେ ବଡ ପ୍ରଶଂସକ । ବହୁ କହିବା ପରେ ନା ନା ହୋଇ ସେ ଏହି ପଦେ ଗୀତ ଗାଇଛନ୍ତି ।

Share