୨୩ରୁ ଡ୍ରାଇଭିଂ ଲର୍ନର ଲାଇସେନ୍ସ ଆବେଦନ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ ତାରିଖରୁ ନୂତନ ଡ୍ରାଇଭିଂ ଲର୍ନର ଲାଇସେନ୍ସ (ଏଲ୍‌ଏଲ୍‌)ପାଇଁ ଆବେଦନ କରି ହେବ। କୋଭିଡ୍‌ ଗାଇଡଲାଇନକୁ ଅନୁସରଣ କରି ଲର୍ନର ଲାଇସେନ୍ସ ଗ୍ରହଣ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ(ଏସଟିଏ) ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ଆବେଦନକାରୀମାନେ ପ୍ରତ୍ୟେକ ଦିନ ସକଳା ୭ଟାରୁ ୧୦ ମଧ୍ୟରେ ସ୍ଲଟ ବୁକ୍‌ କରି ପାରିବେ। ସ୍ଲଟ ବୁକିଂ ପାଇଁ ୧୫ ମିନିଟ ସମୟ ମିଳିବ। ସେଥିରେ ୧୦ ମିନିଟ ପରୀକ୍ଷା ସମୟ ରହିବ। ଜଣେ ପ୍ରାର୍ଥୀଙ୍କୁ ୨୦ଟି ପ୍ରଶ୍ନରୁ ୧୨ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଟେଷ୍ଟିଂ ସେଣ୍ଟରରେ ପ୍ରାର୍ଥୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।

Share