ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା

ଭୁବନେଶ୍ୱର, ୧।୧୨(ବ୍ୟୁରୋ): ବଢ଼ିଲା ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଅଡୁଆ । ତାଙ୍କ ସମ୍ପତ୍ତି ନେଇ ଏସଆଇଟି ଖୋଲତାଡ ଜାରିରଖିଛି । ଏହି ମାମଲାରେ ମଙଙ୍ଗଳବାର ଅଭୟ କାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା କରିଛି । ଡ୍ରାଇଭରଙ୍କ ଘରୁ ମିଳିଥିବା ୨୦ ଲକ୍ଷ ଟଙ୍କା କାହାର ସେ ନେଇ ଭିଜିଲାନ୍ସ ପଚରାଉଚରା କରୁଛି ।
ଡ୍ରାଇଭରଙ୍କ ସମେତ କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ଭିଜିଲାନ୍ସ ସେଲ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଅର୍ଥିକ କାରବାର ନେଇ ଏମାନଙ୍କୁ ଜେରା ଚାଲିଛି । ଏହି ମାମଲାରେ ପ୍ରାୟ ୫ଟି ବ୍ୟାଙ୍କ କର୍ମଚାରୀଙ୍କୁ ସମନ କରାଯାଇଥିଲା । ଅନ୍ୟପଟେ ଅଭୟଙ୍କ ସରକାରୀ ବାସଭବନରେ ଆଜି ପୁଣି ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ ବାସଭବନରେ ଆଉଥରେ ରେଡ୍‌ କରିବା ସହ ଅଭୟକାନ୍ତଙ୍କ ସମ୍ପତ୍ତି ନେଇ ଯାଞ୍ଚ ଆରମ୍ଭ କରିଛି । ଅଭୟକାନ୍ତ ପାଠକଙ୍କ ପୁତୁରାକୁ ବି ଭିଜିଲାନ୍ସରେ ହାଜର ପାଇଁ ସମନ କରାଯାଇଛି ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ କାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଛି । ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଆକାଶ ଗଞ୍ଜାମ ଜିଲାର ବହୁ ଯୁବକଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍‌ ଏହାର ତଦନ୍ତ ଜାରି ରଖିଛନ୍ତି । ଯେଉଁ ଯୁବତୀଯୁବକ ଠକେଇର ଶିକାର ହୋଇଛନ୍ତି ସେମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଭେଟିବା ସହ ତଥ୍ୟ ସଂଗ୍ରହ କରିଛି।

Share