Categories: ଜାତୀୟ

ମଦ ପିଇବା ପାଇଁ ଟ୍ରେନ୍‌କୁ ଘଣ୍ଟାଏ ଅଟକାଇ ରଖିଲେ ଚାଳକ

ପାଟନା,୪।୫: ବିହାରର ହସନପୁରରେ ଜଣେ ଆସିଷ୍ଟାଣ୍ଟ ଲୋକୋପାଇଲଟ (ଏଏଲ୍‌ପି) ମଦ ପିିଇବା ପାଇଁ ପାସେଞ୍ଜର ଟ୍ରେନ୍‌କୁ ଘଣ୍ଟାଏ ଅଟକାଇ ରଖିଥିବା ସାମ୍ନାକୁ ଆସିଛି। ସମସ୍ତିପୁରରୁ ସହର୍ଷ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ ୧ ଘଣ୍ଟାରୁ ଅଧିକ ସମୟ ହାସନପୁର ରେଳ ଷ୍ଟେଶନ୍‌ରେ ଅଟକିଥିଲା। ସିଗ୍‌ନାଲ ମିଳିବା ପରେ ଟ୍ରେନ୍‌ ଆଗକୁ ବଢ଼ି ନ ଥିବାବେଳେ ଏଏଲ୍‌ପି କରନବୀର ଯାଦବ ଇଞ୍ଜିନରେ ନ ଥିବା ଦେଖି ଷ୍ଟେଶନ ମାଷ୍ଟର ଯାଞ୍ଚ କରିଥିଲେ। ପରେ କରନବୀରଙ୍କୁ ଷ୍ଟେଶନ ନିକଟ ମାର୍କେଟରେ ନିଶାସକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା।

Share