Advertisement
Categories: ଫୁରସତ

ବିନା ଡ୍ରାଇଭରରେ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି କାର୍‌, ଦେଖନ୍ତୁ ଏହି ଭିଡିଓ

ଟେସଲା କମ୍ପାନୀ ଅଟୋ ପାଇଲଟ କାର୍‌ ପାଇଁ ବିଶ୍ୱପ୍ରସିଦ୍ଧ। ଏଭଳି ଟେକ୍ନୋଲୋଜି ଥିବା ଏକ କାର୍‌ ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି ଏହି ବିନା ଡ୍ରାଇଭର କାର୍‌ର ଭିଡିଓ ବେଶ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଡ୍ରାଇଭର ସିଟ୍‌ର ବାମ ପାର୍ଶ୍ୱରେ ଜଣେ ବ୍ୟକ୍ତି ବସିଥିବା ବେଳେ ଡ୍ରାଇଭର ସିଟ୍‌ରେ କେହି ନାହାନ୍ତି। ଭାଇରାଲ ହୋଇଥିବା ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଭିଡିଓଟି ତାମିଲନାଡୁରୁ ଭାଇରାଲ ହୋଇଛି। ମାତ୍ର ସଠିକ୍‌ ଜାଗା କେଉଁଠି ଜଣାପଡ଼ିନାହିଁ। ଟାଗୋର ଚେରି ନାମକ ଜଣେ ଫେସ୍‌ବୁକ୍‌ ୟୁଜର ଏହାକୁ ଶେୟାର କରିଛନ୍ତି। ଏହି ଭିଡିଓ ଆରମ୍ଭରେ ‘ପ୍ରିମିୟର ପଦ୍ମିନୀ’ ରାଜପଥରେ ସ୍ବୟଂଚାଳିତ ଭାବରେ ଗତି କରୁଥିବା ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ଡ୍ରାଇଭର ପାଖରେ ଥିବା ସିଟ୍‌ରେ ବସିଥିବା ନଜର ଆସିଛନ୍ତି। ମାସ୍କ ପିନ୍ଧିଥିବା ବୃଦ୍ଧ ଜଣଙ୍କୁ ଦେଖିଲେ ଲାଗେ ଡ୍ରାଇଭର ନ ଥିଲେ ମଧ୍ୟ ତାଙ୍କର କୌଣସି ଚିନ୍ତା ନାହିଁ। ବେଶ୍‌ ଆରାମରେ ସେ ବସିଛନ୍ତି।

ଭିଡିଓଟିକୁ ଭଲରେ ଦେଖିଲେ ନିଶ୍ଚିତ ଜାଣିପାରିବେ ବିନା ଡ୍ରାଇଭରରେ ଏହା ରାସ୍ତାରେ ସହଜରେ ଚାଲୁଛି। କେବଳ ଏତିକି ନୁହେଁ, ସହଜରେ ମଧ୍ୟ ଟର୍ଣ୍ଣିଂ ପଏଣ୍ଟ ପାରି ହେଉଛି। ଭିଡିଓଟି ଶେୟାର କରି ଟାଗୋର ଲେଖିଛନ୍ତି, ଆଜି ଜଣେ ବୃଦ୍ଧ ଯାତ୍ରୀ ଆସନରେ ବସି ‘ପଦ୍ମିନୀ’ କାର୍‌ ଚଳାଉଥିବାର ଦେଖିଥିଲେ। କାର୍‌ କିପରି ନିଜେ ଚାଲୁଛି ଭିଡିଓ ଦେଖିଲେ ନିଶ୍ଚିତ ଜାଣିପାରିବେ।
ପ୍ରକୃତପକ୍ଷେ ସିଟ୍‌ରେ ବସିଥିବା ବୃଦ୍ଧ ଜଣଙ୍କ ହିଁ କାର୍‌ ଚଳାଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ସେ ନିଜ ସିଟ୍‌ ଛାଡ଼ି କୌଶଳ ତଥା ଖୁବ୍‌ ସାବଧାନରେ କାର୍‌ ଚଳାଉଛନ୍ତି। ଦେଖଣାହାରୀ ଯେମିତି ଜାଣି ନ ପାରିବେ।

Share