ଭଦ୍ରକ,୬।୧(ସନାତନ ରାଉତ): ଡ୍ରାଇଭର ସଙ୍ଘ ନିଷ୍ପତ୍ତି କ୍ରମେ ଶନିବାର ଭଦ୍ରକ ଡ୍ରାଇଭର ସଙ୍ଘ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ବସିଛନ୍ତି । ହିଟ୍ ଆଣ୍ଡ ରନ୍ ଘଟଣାରେ ଡ୍ରାଇଭରଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ପ୍ରଣୟନ ହୋଇଥିବା ଆଇନ ପ୍ରତ୍ୟାହାର ଦାବି ଓ ରାଜ୍ୟ ସରକାରଙ୍କ ବାରମ୍ବାର ମିଛ ପ୍ରତିଶ୍ରୁତି ବିରୋଧରେ ଏହି ଆନ୍ଦୋଳନ କରାଯାଇଛି। ଦାବି ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଜିଲା ସଙ୍ଘ ସଭାପତି ଦିଲ୍ଲୀପ ସାହୁ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଜିଲା ସମ୍ପାଦକ ସୁଶାନ୍ତ ଜେନା, ଉପସଭାପତି ଜୀବନଜ୍ୟୋତି ଚାନ୍ଦ, ସୁରେଶ ଦାସ, ଭଦ୍ରକ ବ୍ଲକ ସଭାପତି ଧର୍ମ ପ୍ରତାପ ବୀର ରାୟ, ସମ୍ପାଦକ ରାହୁଳ ତେଜ, ମୁନତାଜ ଖାଁ, ଦୁର୍ଗା ଚରଣ ମୁଖାର୍ଜୀଙ୍କ ସମେତ ଡ୍ରାଇଭରମାନେ ବନ୍ତ ଛକଠାରେ ବସିଛନ୍ତି ।