ଇଲେକ୍ଟ୍ରିକ ଗାଡି ଚଳାଉଛନ୍ତି କି? ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ,୭।୩: ତାପମାତ୍ରା ବଢିବା ଯୋଗୁ ଏବେ ଗ୍ଲୋବାଲ ଓ୍ବାର୍ମିଂ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ସରକାର ଗଛ କାଟିବା, ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ପରାମର୍ଶ ଦେବା ସହ ପେଟ୍ରୋଲ-ଡିଜେଲ ଗାଡିକୁ ଯେତେଦୂର କମ୍‌ ବ୍ୟବହାର କରିବାକୁ ପରାମର୍ଶ ଦେୁଛନ୍ତି। ତା’ ବଦଳରେ ଇଲେକ୍ଟ୍ରିକ ଗାଡିରେ ଯାତାୟତ କରିବାକୁ କହିଛନ୍ତି। ଯାହାକି ବର୍ତ୍ତମାନ ଲୋକଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସୁଛି। ପେଟ୍ରୋଲ-ଡିଜେଲ ପକାଇ ଅଧିକ ଟଙ୍କା ଖର୍ଚ୍ଚ କରିବା ବଦଳରେ ଇଲେକ୍ଟ୍ରିକ ଗାଡିକୁ ଖୁବ୍‌ ପସନ୍ଦ କରୁଛନ୍ତି ଲୋକ।

ନିକଟରେ ଇଲେକ୍ଟ୍ରିକ ଗାଡିକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପେଟ୍ରୋଲ ଓ ଡିଜେଲ ଠାରୁ ଇଲେକ୍ଟ୍ରିକ ଗାଡି ପରିବେଶକୁ ଅଧିକ ପ୍ରଦୂଷଣ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ପେଟ୍ରୋଲ ଓ ଡିଜେଲ ଗାଡ଼ିର ଧୂଆଁ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ଇଲେକ୍ଟ୍ରିକ ଗାଡିରେ ତାହା ନାହିଁ । ତେବେ ଇଲେକ୍ଟ୍ରିକ ଗାଡିର ଟାୟାର୍‌ ଓ ବ୍ରେକ ହିଁ ପେଟ୍ରୋଲ ଓ ଡିଜେଲ ଗାଡ଼ିର ଟାୟାର୍‌ ଓ ବ୍ରେକଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି । ପେଟ୍ରୋଲ ଓ ଡିଜେଲ ଗାଡ଼ିରେ ଟାୟାର୍‌ ଅଧିକ ଦିନ ଯାଇଥାଏ । କିନ୍ତୁ ଇଲେକ୍ଟ୍ରିକ ଗାଡି କ୍ଷେତ୍ରରେ ଏହା କମ ସମୟ ଯାଇଥାଏ । ଏହାର କାରଣ ହେଉଛି ଇଲେକ୍ଟ୍ରିକ ଗାଡିର ବ୍ୟାଟେରୀ ବହୁତ ଓଜନିଆ । ଯେଉଁଥିପାଇଁ ଗାଡ଼ି ଚାଲିଲା ବେଳେ ଏବଂ ବ୍ରେକ ଲଗାଇଲା ବେଳେ ଟାୟାର୍‌ ଅଧିକ ଖର୍ଚ୍ଚ ହୋଇଥାଏ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ପେଟ୍ରୋଲ ଓ ଡିଜେଲ ଗାଡ଼ିର ଟାୟାର୍‌ ଯେତିକି ପ୍ରଦୂଷଣ ସୃଷ୍ଟି କରିଥାଏ, ଇଭି ତାଠାରୁ ୧୮୫୦ ଗୁଣା ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି।

Share