ବଡ଼ ସହରରେ କାର୍‌ ଚଳାଇବା ମନା: ସରକାର ତିଆରି କରୁଛନ୍ତି ୧୪୦୦ କିମି ସାଇକେଲ ରାସ୍ତା

ପ୍ୟାରିସ୍‌, ୧୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ବଡ଼ ବଡ଼ ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍‌ ଚଳାଇବାକୁ ବାରଣ କରାଯାଇଛି। ଯିବା ଆସିବା ପାଇଁ ଲୋକଙ୍କୁ ସାଇକେଲ ଚଳାଇବା ଲାଗି ପ୍ରଶାସନ ପରାମର୍ଶ ଦେଇଛି। ଏପରିସ୍ଥଳେ ପ୍ୟାରିସ୍‌ ସହରରେ ଲୋକଙ୍କ ସୁବିଧା ଲାଗି ୧୪୦୦ କିମିର ସାଇକେଲ ରାସ୍ତା ତିଆରି କରିବାକୁ ସରକାର ଯୋଜନା କରିଛନ୍ତି। ଇତିମଧ୍ୟରେ ସରକାର ୪୯ କିମିର ସାଇକେଲ ରାସ୍ତା ତିଆରି କରିସାରିଛନ୍ତି। ସେହିପରି ଆମେରିକା ଏବଂ ୟୁରୋପର କେତେକ ଅଞ୍ଚଳରେ ପରିବେଶ ପ୍ରଦୂଷଣ କମାଇବା ଲାଗି ସାଇକେଲ ବ୍ୟବହାର କରିବାକୁ ଲୋକଙ୍କୁ କୁହାଯାଇଛି।

Share