Categories: ବାଣିଜ୍ୟ

ଟୟୋଟା ହାଇଲକ୍ସର ଅପରୋଡିଂ ଏକ୍ସପେରିଏନ୍ସ

ଭୁବନେଶ୍ୱର,୧୨।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇଣ୍ଡିଆ’ର ବହୁ ପ୍ରତୀକ୍ଷିତ ତଥା ବ୍ରାଣ୍ଡ୍‌ର ପ୍ରମୁଖ ମଡେଲ ଟୟୋଟା ହାଇଲକ୍ସର ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀ ସର୍ବଭାରତୀୟସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏକ ୩ ଦିନିଆ ସ୍ବତନ୍ତ୍ର ଡ୍ରାଇଭିଂ ତଥା ଅପରୋଡିଂ ଅଭିଜ୍ଞତାର କଳା ପ୍ରଦଶର୍ନୀ ଅଭିଜ୍ଞ ଓ ଦକ୍ଷ ଗାଡ଼ି ଚାଳକଙ୍କ ଦ୍ୱାରା ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଇସ୍ପ୍ରିଟୀ ଟୟୋଟା କଟକ, ନୀଲମ ଟୟୋଟା ପଟିଆ ଭୁବନେଶ୍ୱର ପକ୍ଷରୁ ରବିବାର ଭୁବନେଶ୍ୱରର ବରମୁଣ୍ଡା ଖେଳପଡ଼ିଆଠାରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଟୟୋଟା କିର୍ଲୋସ୍କାର ମୋଟର୍ସର ଆର୍‌ଏମ୍‌ ଅନିମେଶ ନାଗ, ଟିଏମ୍‌ ଚୟନ ସରକାରଙ୍କ ସମେତ ଇସ୍ପ୍ରିଟୀ ଟୟୋଟାର ଏଭିପି (ସେଲ୍‌ସ ଆଣ୍ଡ ମାର୍କେଟିଂ) ସତୀର୍ଥ ନାୟକ,ନୀଲମ ଟୟୋଟାର ଏମ୍‌ଡି ସିଦ୍ଧାର୍ଥ ସାରାଓଗି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଟୟୋଟା ହାଇଲକ୍ସର ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀର ୨ୟ ଦିନରେ ୫୦ରୁ ଅଧିକ ଅଭିଜ୍ଞ ଗାଡି ଚାଳକ ଓ ମାଲିକ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରଦଶର୍ନୀ ମଙ୍ଗଳବାର ମଧ୍ୟ ଉଭୟ ଇସ୍ପ୍ରିଟୀ ଟୟୋଟା କଟକ ଓ ନୀଲମ ଟୟୋଟା ପଟିଆ ଭୁବନେଶ୍ୱରଙ୍କ ଜରିଆରେ ଆୟୋଜିତ ହେବ। ଏପରିକି ସକାଳ ୯ ଘଟିକାରୁ ଏହି ପ୍ରଦର୍ଶନୀ ଆରମ୍ଭ ହେଉଛି।

Share