ରାୟଗଡ଼ା ଅଫିସ,୨୯।୫: ପ୍ରତ୍ୟେକ ମଣିଷର ଭିନ୍ନ ଏକ ନିଶା ତଥା ରୁଚି ରହିଥାଏ। ସାପ ଧରିବା ମଧ୍ୟ ଅନେକଙ୍କ ନିଶା। ଏମିତି ଜଣେ ବ୍ୟକ୍ତି ହେଲେ ରାୟଗଡ଼ା ରାଣୀଗୁଡ଼ା ଫାର୍ମ ଅଞ୍ଚଳର ପ୍ରଦୀପ ଶତପଥୀ(୫୦)। ପେସାରେ ଜଣେ ଅଟୋ ଚାଳକ ହେଲେ ସାପ ଧରିବା ତାଙ୍କର ନିଶା। ସାପ ନାଁ ଶୁଣିଲେ କାହାକୁ ଡର ନାହିଁ। ହେଲେ ପ୍ରଦୀପ ଘରେ ଥାନ୍ତୁ କି କୌଣସି କାମରେ ଗୋଟିଏ ଫୋନ୍ କଲ୍ରେ ପହଞ୍ଚିଥାନ୍ତି ସାପ ଧରିବାକୁ।
ପାଖରୁ ସାପ ଦେଖିଲେ ଅନେକ ଲୋକ ଭୟରେ ଚେତାଶୂନ୍ୟ ହୋଇଯାଆନ୍ତି। ହେଲେ ପ୍ରଦୀପଙ୍କ ପାଇଁ ଏହା ବାଆଁ ହାତର ଖେଳ ହୋଇଛି। ସାପ ଧରିବାରୁ କୌଶଳ ଶିଖିବା ପାଇଁ ସେ କୌଣସିଠାରେ ତାଲିମ ନେଇନାହାନ୍ତି। ତଥାପି ୧୦ ବର୍ଷ ମଧ୍ୟରେ ସେ ୪ହଜାରରୁ ଊର୍ଦ୍ଧ୍ୱ ସାପ ଧରିଲେଣି। ଏମାନଙ୍କ ମଧ୍ୟରେ ଛୋଟ ସାପଠାରୁ ଆରମ୍ଭ କରି ଅନେକ ବିଷଧର ସାପ ରହଛନ୍ତି। ସ୍ବତନ୍ତ୍ର ଟିଭି ଚାନେଲ୍ ଦେଖି ସେ ସାପ ଧରିବା ଶିଖିଥିବା କୁହନ୍ତି। ପ୍ରଦୀପ ପରିବାରର ବଡ଼ ପୁଅ। ରାୟଗଡ଼ା ବନ ବିଭଗରେ ସେ ଜଣେ ଅଟୋ ଚାଳକ ରୂପେ କାମ କରନ୍ତି। ତଥାପି କାହା ଘରେ ସାପ ପଶିଥିବା ନେଇ ଫୋନ୍ ପାଇଲେ ତୁରନ୍ତ ସେଠାରେ ପହଞ୍ଚିଥାନ୍ତି। ସାପ କେବେ କାହାର କ୍ଷତି କରେନାହିଁ। ମୋ ପାଇଁ ସେ ବନ୍ଧୁ। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁ ସେମାନେ ଗାଁ କିମ୍ବା ସହର ମୁହାଁ ହୁଅନ୍ତି। ସାପ ଧରିବାକୁ ହେଲେ ସତର୍କତା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ପର୍ଯ୍ୟନ୍ତ ପ୍ରଦୀପ ଅଜଗର, ନାଗ, ରଣା, ଚିଟି, ବିଭିନ୍ନ ସାପ ଧରିଛନ୍ତି। ସେ କିଙ୍ଗ୍ କୋବ୍ରାକୁ ମଧ୍ୟ ଧରିବାର ସାହସ ରଖନ୍ତି। ଏଥିପାଇଁ ପ୍ରଦୀପଙ୍କୁ ବନ ବିଭଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଛି। ସ୍ନେକ୍ ହେଲ୍ପଲାଇନର ଜଣେ ସଦସ୍ୟ ଭାବେ ସେ କାର୍ଯ୍ୟ କରୁଛନ୍ତି। ସାପ ଧରିବା ପାଇଁ ବନ ବିଭାଗ ତାଙ୍କୁ ଲାଇସେନ୍ସ ମଧ୍ୟ ମିଳିଛି। ସାପକୁ ଧରିବା ପରେ ଡବାରେ ଭର୍ତ୍ତି କରି ଗୁମ୍ମା ଜଙ୍ଗଲରେ ଛାଡ଼ିଦିଅନ୍ତି। ହେଲେ ସାପ ଧରିବା ପାଇଁ ସେ କାହାଠାରୁ ଟଙ୍କା ମାଗନ୍ତି ନାହିଁ। ଯିଏ ଯାହା ଖୁସିରେ ଦିଅନ୍ତି ସେ ରଖନ୍ତି। ଜଙ୍ଗଲ ଗୁମା ୨୦ କିମି ଜଙ୍ଗଲ ରେ ଛା କୌଣସି ପଶୁ ର କ୍ଷତି ହେଲେ ଦେଖୀ ସହି ପାରନ୍ତି ନି ସେ l ଶନିବାର ସେ ରାୟଗଡ଼ା ଜେଏସ୍କୋ କ୍ୱାର୍ଟର୍ସ ଅଞ୍ଚଳରୁ ଜଣଙ୍କ ଘରୁ ନାଗ ଧରିଛନ୍ତି। ପ୍ରଦୀପଙ୍କ ଏଭଳି କାର୍ଯ୍ୟକୁ ସମସ୍ତ ମହଲରେ ପ୍ରଶଂସା କରାଯାଉଛି।