Categories: ଜାତୀୟ

ଲୋକଙ୍କୁ ଆଶ୍ୱସ୍ତି: ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ଡିଏଲ୍‌, ଆର୍‌ସିର ଅବଧି

ନୂଆଦିଲ୍ଲୀ,୨୪।୮: କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି। ମୋଟର ଭାଇକେଲ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ଡ଼ିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମୋଟର ଭାଇକେଲ କାଗଜପତ୍ର ଯଥା ଡିଏଲ୍‌, ଆର୍‌ସି, ଫିଟ୍‌ନେସ୍‌ ଓ ପଲ୍ୟୁସନ୍‌ ସାର୍ଟିଫିକେଟ ଆଦିର ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଏନେଇ ସୋମବାର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଯାହାଦ୍ୱାରା ଶେଷ ହୋଇଯାଇଥିବା କାଗଜପତ୍ରର ଅବଧିକୁ ପୁଣି ରିନ୍ୟୁ କରିବା ପାଇଁ ଲୋକଙ୍କୁ ସମୟ ମିଳିଗଲା। ଏହାପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କରୋନା ଲକ୍‌ଡାଉନ ଯୋଗୁ ମୋଟର ଭାଇକେଲ କାଗଜପତ୍ରର ଅବଧିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।

Share