Posted inଫୁରସତ

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ କରିବା ଜାରି ରଖିଛନ୍ତି। ତେବେ କୌତୂହଳର ବିଷୟ ହେଉଛି ଏହି ଦମ୍ପତି କୌଣସି ହୋଟେଲ ବୁକ୍‌ ନ କରି କିମ୍ବା କୌଣସି ହୋଟେଲ କିମ୍ବା ଢାବାରେ ଜଳଖିଆ ନ ଖାଇ ନିଜ ଦେଶ ଭ୍ରମଣକୁ ଜାରି ରଖିଛନ୍ତି। ଉଭୟେ ସେମାନଙ୍କ କାର୍‌ରେ ଗଦି ଏବଂ ବିଛଣା ପକାଇ ଏକ ଛୋଟ ଶୋଇବା ଘର ତିଆରି କରିଛନ୍ତି ଏବଂ କାର୍‌ରେ ବିଭିନ୍ନ ରୋଷେଇ ସରଞ୍ଜାମ ସହ ଖାଦ୍ୟ ମଧ୍ୟ ରାନ୍ଧି ଖାଉଛନ୍ତି। ଅଜୟ କହିଛନ୍ତି, ଗତ ଫେବୃୟାରୀରେ ଅବସର ଗ୍ରହଣ କରିବା ପରେ ସେ ସୁନୀତାଙ୍କୁ ଦେଶ ଭ୍ରମଣ କରାଇବା ପାଇଁ ଠିକ୍‌ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଓ ସୁନୀତା ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରିସାରିଛନ୍ତି ବୋଲି ଅଜୟ କହିଛନ୍ତି। ସେମାନେ କଶ୍ମୀର, ଲେହ-ଲଦାଖ, ଉତ୍ତରାଖଣ୍ଡ ଓ ଗୋଆ ଆଦି ସ୍ଥାନକୁ ଯାତ୍ରା କରି ସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଉଭୟେ ୫ଟି ଜ୍ୟୋତିର୍ଲିଙ୍ଗ ମଧ୍ୟ ପରିଦର୍ଶନ କରିସାରିଛନ୍ତି। ତେବେ ଯାତ୍ରା ସମୟରେ ସେମାନେ ନିରାପତ୍ତାର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ବୋଲି ଅଜୟ କହିଛନ୍ତି। ରାତିରେ ନିଜ କାର୍‌ ପାର୍କ କରିବା ପୂର୍ବରୁ ଏହି ଦମ୍ପତି ସମ୍ପୃକ୍ତ ସ୍ଥାନ ବିଷୟରେ ସ୍ଥାନୀୟ ଲୋକଙ୍କଠାରୁ ଉପଯୁକ୍ତ ସୂଚନା ନେଇଥାନ୍ତି। ଯଦି କୌଣସି ସ୍ଥାନରେ ପଶୁମାନଙ୍କର ବିପଦ ଥାଏ, ତେବେ ସେ ଓ ତାଙ୍କ ସ୍ତ୍ରୀ ଅନ୍ୟ ସ୍ଥାନ ଖୋଜିବା ଆରମ୍ଭ କରିଦିଅନ୍ତି ବୋଲି ଅଜୟ କହିଛନ୍ତି। ତଥାପି ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି, ଲୋକମାନେ ସ୍ବତଃ ପ୍ରବୃତ ଭାବେ ତାଙ୍କୁ ସହଯୋଗ କରନ୍ତି ବୋଲି ସୁନୀତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର...

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର...

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri