ନାବାଳକ ଗାଡ଼ି ଚଳାଇଲେ ରଦ୍ଦ ହେବ ରେଜିଷ୍ଟ୍ରେଶନ

କଟକ,୩୧ା୭ (କାର୍ତ୍ତିକ ସାହୁ): ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ସୋମବାରଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଧରପଗଡ଼ ଅଭିଯାନରେ ବିଶେଷ ସଫଳତା ମିଳିଛି। ନାବାଳକ ଚାଳକଙ୍କୁ ଗାଡ଼ି ଚାଳନାରୁ ନିବୃତ୍ତ କରିବା ପାଇଁ ଏସ୍‌ଟିଏ ଏମ୍‌ଭି ଆକ୍ଟ ୧୯୯(କ) ଧାରାକୁ ପାଳନ କରିବା ନିମନ୍ତେ କଡ଼ା କଟକଣା ଜାରି କରିଛି। ରାଜ୍ୟରେ ୩୫ଟି ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଏବଂ ୩ଟି ଅତିରିକ୍ତ ପରିବହନ ଅଧିକାରୀ (ଏଆର୍‌ଟିଓ)ଙ୍କ ପକ୍ଷରୁ ଧରପଗଡ଼ ଅଭିଯାନ କରାଯାଇଛି। ପ୍ରଥମ ଦିନରେ ୧୫୪ ଓ ଦ୍ୱିତୀୟ ଦିନରେ ୧୮୦ ମିଶି ମୋଟ୍‌ ୩୩୪ଟି ମାମଲାରେ ଚାଲାଣ କଟାଯାଇଛି। ସେହିପରି ପ୍ରଥମ ଦିନରେ ୬୦ ଓ ଦ୍ୱିତୀୟ ଦିନରେ ୭୮ ମିଶି ମୋଟ୍‌ ୧୩୮ ଗାଡ଼ି ଜବତ ହୋଇଛି। ହେଲେ ୧୯୬ଟି ମାମଲାରେ କେବଳ ଚାଲାଣ କଟାଯାଇଥିବାବେଳେ କୌଣସି ଗାଡ଼ି ଜବତ ହୋଇପାରିନାହିଁ। ୨ ଦିନ ବ୍ୟାପୀ ରୁଜୁ ୩୩୪ ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ପାଇଁ ଚାଲାଣ କଟାଯାଇଛି।
ଏସ୍‌ଟିଏ କାର୍ଯ୍ୟାଳୟରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଟିଏର ଆଡିଶନାଲ କମିଶନର ଲାଲମୋହନ ସେଠୀଙ୍କ ସୂଚନା ଅନୁସାରେ, ୧୬ ବର୍ଷରୁ କମ୍‌ ନାବାଳକ ଗାଡ଼ି ଚଳାଇଲେ ପ୍ରଥମେ ଗାଡ଼ି ଜବତ ହୋଇ ମାମଲା ରୁଜୁ ହେବ। ଗାଡ଼ିର ରେଜିଷ୍ଟ୍ରେଶନ ରଦ୍ଦ କରାଯିବ। ରାସ୍ତାରେ ଲାଗିଥିବା କ୍ୟାମେରାରେ ଧରାପଡ଼ିଲେ ବି କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିକଟରୁ ମଙ୍ଗଳବାର ମିଳିଥିବା ୨ ଦିନର ତଥ୍ୟ ଅନୁସାରେ, ଚାଲାଣ କଟାଯାଇଥିବା ମାମଲା ସଂଖ୍ୟା ବଡ଼ବିଲ୍‌ରେ ୩, ଦେବଗଡ଼ ୪, ଅନୁଗୋଳ ୧୩, ଢେଙ୍କାନାଳ ୧୧, କେନ୍ଦୁଝର ୯, ତାଳଚେର ୬, ରାଉରକେଲା ୧୭, ସୋନପୁର ୮, ବଲାଙ୍ଗୀର ୧୨, ଝାରସୁଗୁଡ଼ା ୭, ବରଗଡ଼ ୫, ସମ୍ବଲପୁର ୯, ସୁନ୍ଦରଗଡ଼ ୪, ଭୁବନେଶ୍ୱର(୧) ୨୩, ନୟାଗଡ଼ ୧୩, ପୁରୀ ୩, କଟକ ୨୭, କେନ୍ଦ୍ରାପଡ଼ା ୩, ଭୁବନେଶ୍ୱର(୨) ୧୩, ଏଆର୍‌ଟିଓ ଖୋର୍ଦ୍ଧା ୬, ଜଗତ୍‌ସିଂହପୁର ୧, ଫୁଲବାଣୀ ୪, ଭଞ୍ଜନଗର ୫, ଗଞ୍ଜାମ ୧୪, ଗଜପତି ୪, ବୌଦ୍ଧ ୩, ଯାଜପୁର ୫, ଚଣ୍ଡିଖୋଲ ୯, ଏଆର୍‌ଟିଓ ରାଇରଙ୍ଗପୁର ୮, ବାଲେଶ୍ୱର ୧୦, ଭଦ୍ରକ ୩, ମୟୂରଭଞ୍ଜ ୬, ନୂଆପଡ଼ା ୫, କଳାହାଣ୍ଡି ୨୨, ରାୟଗଡ଼ା ୧୩, ମାଲକାନଗିରି ୨, ନବରଙ୍ଗପୁର ୧୦ ଓ କୋରାପୁଟ ୧୪ ମିଶି ମୋଟ୍‌ ୩୩୪ ହୋଇଛି। ଅପରପକ୍ଷରେ ଜବତ ହୋଇଥିବା ଗାଡ଼ି ସଂଖ୍ୟା ବଡ଼ବିଲ ୧, ଅନୁଗୋଳ ୯, ଢେଙ୍କାନାଳ ୨, ତାଳଚେର ୬, ରାଉରକେଲା ୧୭, ସୋନପୁର ୮, ବଲାଙ୍ଗୀର ୧୨, ସୁନ୍ଦରଗଡ଼ ୪, ଭୁବନେଶ୍ୱର(୧) ୪, ନୟାଗଡ଼ ୨, କଟକ ୧, ଏଆର୍‌ଟିଓ ଖୋର୍ଦ୍ଧା ୩, ଫୁଲବାଣୀ ୪, ଗଞ୍ଜାମ ୨, ଗଜପତି ୨, ବୌଦ୍ଧ ୧, ଚଣ୍ଡିଖୋଲ ୯, ଏଆର୍‌ଟିଓ ରାଇରଙ୍ଗପୁର ୨, ବାଲେଶ୍ୱର ୮, ଭଦ୍ରକ ୩, ମୟୂରଭଞ୍ଜ ୬, ନୂଆପଡ଼ା ୫, କଳାହାଣ୍ଡି ୯, ରାୟଗଡ଼ା ୧୩, ନବରଙ୍ଗପୁର ୧ ଓ କୋରାପୁଟ ୪ ମିଶି ମୋଟ୍‌ ୧୩୮ ହୋଇଛି। ସର୍ବାଧିକ ମାମଲା ସଂଖ୍ୟା ଭୁବନେଶ୍ୱର-୧ରେ ୨୩ ହୋଇଥିବାବେଳେ ଜଗତ୍‌ସିଂହପୁରରେ ସର୍ବନିମ୍ନ ୧ ରହିଛି। ତେବେ ୨ ଦିନ ବ୍ୟାପୀ ଧରପଗଡ଼ରେ ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ, କେନ୍ଦ୍ରାପଡ଼ା, ଭୁବନେଶ୍ୱର(୨), ଜଗତ୍‌ସିଂହପୁର, ଭଞ୍ଜନଗର, ଯାଜପୁର, ମାଲକାନଗିରି ଆର୍‌ଟିଓ କାର୍ଯ୍ୟାଳୟ ଅଧୀନରେ କୌଣସି ଗାଡ଼ି ଜବତ ହୋଇ ନ ଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ଏମ୍‌ଭି ଆକ୍ଟ ୧୯୯(କ) ଧାରା ଅନୁଯାୟୀ ନାବାଳକମାନେ ଗାଡ଼ି ଚଳାଉଥିବା ଧରାପଡ଼ିଲେ ସେମାନଙ୍କ ମା’ବାପା ଜେଲ୍‌ ଯିବେ। ଗାଡ଼ି ଦେଇଥିବା ମା’ବାପାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏଥିସହ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନ ହେବା ପର୍ଯ୍ୟନ୍ତ କୌଣସି ଡ୍ରାଇଭିଂ ଲାଇଲେନ୍ସ ପ୍ରଦାନ କରାଯିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image