Advertisement

ମଦ୍ୟପାନ କରି ଗାଡ଼ି ଚଳାଇଲେ…

ନିରାକାରପୁର,୨୪।୧:(ମାନସ ଚନ୍ଦ୍ର ପଟ୍ଟନାୟକ ),ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ଖବରଦାତା ସଙ୍ଘ, ଆଞ୍ଚଳିକ ପରିବହନ ବିଭାଗ ଭୁବନେଶ୍ୱର, ନିରାକାରପୁର କଲେଜର ଏନଏନଏସର ମିଳିତ ଆନୁକୂଲ୍ୟରେ ନିରାକାରପୁର କଲେଜଠାରେ ଏକ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିରାକାରପୁର କଲେଜ ଅଧ୍ୟକ୍ଷ ବ୍ରତତୀ ମିଶ୍ର, ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘର ସଭାପତି ପଦ୍ମନାଭ ବିଶ୍ୱାଳ, ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ -୧ ବିକାଶ ଚୌଧୁରୀ, ଆଞ୍ଚଳିକ ପରିବହନ ଅଧିକାରୀ-ସନତ କୁମାର ଜେନା, ଖୋର୍ଦ୍ଧା ଆଞ୍ଚଳିକ ପରିବହନ ବିଭାଗର ଅତିରିକ୍ତ ଅଧିକାରୀ ଅରବିନ୍ଦ ନାୟକ, ଟ୍ରାଫିକ ସବଇନ୍ସପେକ୍ଟର ତୃପ୍ତିମୟୀ ଜେନା ପ୍ରମୁଖ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ପରେ କଲେଜ ଏନଏସଏସର ଛାତ୍ରୀଛାତ୍ର,ସ୍କାଉଟ ସମେତ ସମସ୍ତ ଛାତ୍ରଛାତ୍ରୀ ହାତରେ ଫ୍ଲାକାର୍ଡମାନ ଧରି ସଡ଼କ ସୁରକ୍ଷା ଜୀବନ ରକ୍ଷା, ହେଲମେଟ ପିନ୍ଧିବା, ମଦ୍ୟପାନ କରି ଗାଡି ଚଳାଇବା ନାହିଁ ଆଦି ସ୍ଲୋଗାନମାନ ଦେଇ ନୂଆ ଜଗନ୍ନାଥ ସଡ଼କ ଦେଇ ନିରାକାରପୁର ବଜାର ପରିକ୍ରମା କରିଥିଲେ। ଏପରିକି ରାସ୍ତାରେ ଯିବାବେଳେ ସଡ଼କ ଯାତ୍ରୀ ମାନଙ୍କୁ ମଧ୍ୟ ନିୟମ ଅନୁସାରେ ଗାଡ଼ି ଚଳାଇବା ନିମନ୍ତେ ସଚେତନ କରାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗିବ୍ଲକ ସାମ୍ବାଦିକ ସଙ୍ଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଉପସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ ଓ ମନୋଜ ନାଇଡୁ ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ, ଚନ୍ଦ୍ର ଶେଖର ଦାଶ, ରଜନୀକାନ୍ତ ମିଶ୍ର, ସନ୍ଦୀପନୀ ମିଶ୍ର, ବିକ୍ରମ କେଶରୀ ସାହୁ, ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ସମେତ ନିରାକାରପୁର କଲେଜ ଏନଏସଏସ ସଂଯୋଜକ ଡ଼ କୈବଲ୍ୟ ପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ନିରାକାରପୁର ପୁଲିସ ପକ୍ଷରୁ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share