କେନ୍ଦୁଝର ଗସ୍ତରେ ଡିଆରଏମ: ରେଳ ଚଳାଚଳ ନେଇ ଦାବିପତ୍ର

କେନ୍ଦୁଝର,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରସ୍ତରେ ଆସିଥିବା ଡିଆର୍‌ଏମ୍‌ (ଡିଭିଜନାଲ ରେଲଓ୍ବେ ମ୍ୟାନେଜର) ଖୋର୍ଦ୍ଧା ଡିଭିଜନଙ୍କୁ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି। ବରଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଦିଆଯାଇଛି। କୋଭିଡ୍‌ ପାଇଁ ବନ୍ଦ ଥିବା ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନକୁ ପୁନଃ ଚଳାଚଳ, କେନ୍ଦୁଝରଗଡ଼ ଦେଇ ଅନ୍ୟୁନ ଭୁବନେଶ୍ୱରରୁ ନୂଆ ଦିଲ୍ଲୀକୁ ଯାତ୍ରୀଙ୍କ ସୁବିଧା ଯାତାୟାତ ପାଇଁ ଟ୍ରେନ ଚଳାଚଳ, ବିଶାଖାପାଟଣା – ଟାଟାକୁ ସପ୍ତାହରେ ଦିନେ ଚଳାଚଳ କରୁଥିବା ଟ୍ରେନକୁ ଦୈନିକ ଚଳାଚଳ, ଯାଜପୁର ରୋଡ (ସୁକିନ୍ଦା) ଦେଇ କୋଲକାତାରୁ କେନ୍ଦୁଝରକୁ ଏକ ନୂତନ ଟ୍ରେନ ଚଳାଚଳ କରିବାକୁ ଦାବି ରହିଛି।

Share