କିଭ୍‌ରେ ଡ୍ରୋନ୍‌ ଆକ୍ରମଣ: ୬ ନିହତ

କିଭ୍‌, ୧୮ା୧୦: ମିଶାଇଲ ମାଡ଼ର କିଛି ଦିନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷିଆ ସୋମବାର ଘନଘନ ଡ୍ରୋନ ଆକ୍ରମଣ କରିଛି। ଏହାସହ ପୂର୍ବ ୟୁକ୍ରେନ୍‌ର ସୁମି ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି। ଆକ୍ରମଣରେ ରୁଷିଆ ଇରାନ୍‌ର କାମିକାଜେ ଡ୍ରୋନ୍‌ ବ୍ୟବହାର କରିଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି। ଏଥିରେ ଅନୂ୍ୟନ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଏବଂ ତାଙ୍କ ସ୍ବାମୀ ରହିଛନ୍ତି। ସକାଳେ ରୁଷିଆର ୩ଟି ରକେଟ୍‌ ସୁମିରେ ଥିବା କେତେକ ବିଲ୍ଡିଂରେ ମାଡ଼ ହୋଇଥିବା ସ୍ଥାନୀୟ ଗଭର୍ନର ଡିମିଟ୍ରୋ ଜିଭିତ୍‌ସ୍କି କହିଛନ୍ତି। ଆକ୍ରମଣରେ ସୁମି ଏବଂ ନିପ୍ରୋପେଟ୍ରୋଭ୍‌ସ୍କରେ ଥିବା ଶକ୍ତି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।

Share