ମସ୍କୋରେ ଡ୍ରୋନ୍‌ ଆକ୍ରମଣ: ବହୁ କୋଠା କ୍ଷତିଗ୍ରସ୍ତ…

ମସ୍କୋ,୩୦।୫ : ମଙ୍ଗଳବାର ସକାଳେ ରୁଷିଆର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣ ହୋଇଛି। ଡ୍ରୋନ ଆକ୍ରମଣ ସମ୍ପର୍କରେ ମସ୍କୋ ମେୟର ସର୍ଗେଇ ସୋବିୟାନିନ ସୂଚନା ଦେଇଛନ୍ତି।

ମେୟର ଟେଲିଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ଏହି ଆକ୍ରମଣରେ ବହୁ କୋଠାରେ କ୍ଷତି ଘଟିଛି, କିନ୍ତୁ ଏଥିରେ କେହି ଗୁରୁତର ଆହତ ହୋଇନାହାଁନ୍ତି।

ମେୟର କହିଛନ୍ତି ଏହି ଆକ୍ରମଣରେ କ୍ଷତିଗ୍ରସ୍ତ ଦୁଇଟି ବିଲ୍ଡିଂର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ସହରର ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି॥ ରୁଷିଆର ଆରଆଇଏ ଖବର ଏଜେନ୍ସି ରିପୋର୍ଟ କରିଛି ସହରର ଦକ୍ଷିଣରେ ଥିବା ମସ୍କୋ ବିଲ୍ଡିଂରେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏଥି ସହିତ ମସ୍କୋ ରାଜ୍ୟପାଳ ଆଣ୍ଡ୍ରେଇ ଭୋରୋବିୟୋଭ ଟେଲିଗ୍ରାମ ଚ୍ୟାନେଲରେ କହିଛନ୍ତି ମସ୍କୋରେ କେତେକ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ତେବେ କିଏ ଡ୍ରୋନ ଲଞ୍ଚ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନେକ ରୁଷିଆ ଟେଲିଗ୍ରାମ ମେସେଜିଂ ଚ୍ୟାନେଲ ରିପୋର୍ଟ କରିଛି, ମସ୍କୋ ଉପକଣ୍ଠରେ୧୦ଟି ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି।

Share