ରେଡ ସି’ରେ ଆଉ ଏକ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ତ୍ରିରଙ୍ଗା ଲାଗିଥିବା କରାଯାଉଛି ଦାବି

ଓ୍ବାଶିଂଟନ,୨୪।୧୨: ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ରବିବାର ସକାଳେ ଲୋହିତ ସାଗର ବା ରେଡ ସି’ରେ ଆଉ ଏକ ତୈଳ ପରିବହନ କରୁଥିବା ଜାହାଜକୁ ଟାର୍ଗେଟ କରିଥିଲେ। କୁହାଯାଇଛି ଯେ ଏହି ଜାହାଜରେ ୨୫ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହା ପୂର୍ବରୁ ଏହି ତୈଳ ଟ୍ୟାଙ୍କରରେ ଭାରତୀୟ ପତାକା ଥିବା ଦାବି କରାଯାଉଥିଲା। ତେବେ ଭାରତୀୟ ନୌସେନା ଏହାକୁ ଅସ୍ବୀକାର କରିଛି। ଜାହାଜଟି ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା, ଏହା ପରେ ସେହି ଅଞ୍ଚଳରେ ଉପସ୍ଥିତ ଥିବା ଆମେରିକୀୟ ଯୁଦ୍ଧ ଜାହାଜକୁ ଏକ ବିପଦ ସଙ୍କେତ ପଠାଯାଇଥିଲା।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଦାବିକୁ ଖଣ୍ଡନ କରି ଜଣେ ଭାରତୀୟ ନୌସେନା ଅଧିକାରୀ କହିଛନ୍ତି ଯେ ଏମ.ଭି ସାଇବାବା ଜଣେ ଗାବନ ଫ୍ଲାଗଡ ଟ୍ୟାଙ୍କର। ତେବେ ଏହା ରେଜିଷ୍ଟର ଅଫ ସିପିଂ ଅଫ ଇଣ୍ଡିଆରୁ ପ୍ରମାଣପତ୍ର ଗ୍ରହଣ କରିଛି। ସମଗ୍ର ବିଶ୍ୱରେ ଜାହାଜଗୁଡ଼ିକ ବିଭିନ୍ନ ଦେଶରୁ ପଞ୍ଜୀକରଣ ପ୍ରମାଣପତ୍ର ପାଇପାରିବେ।
ଆମେରିକୀୟ ସେନା ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ଏହି ଗାବନ ତେଲ ଟ୍ୟାଙ୍କର୍‌ ଡ୍ରୋନର ଟାର୍ଗେଟରେ ପରିଣତ ହୋଇଛି। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଆମେରିକୀୟ ସୈନ୍ୟ ଏକାସାଙ୍ଗରେ ଦୁଇଟି ଜାହାଜରୁ ଆକ୍ରମଣ କରୁଥିବା ଜଣାଯାଇଛି। ଏଥିମଧ୍ୟରୁ ଗୋଟିଏ ନରୱେ ଫ୍ଲାଗ ଲଗାଥିବା କେମିକାଲ ଟ୍ୟାଙ୍କର୍‌ ଏମ.ଭି ବ୍ଲାମାନେନ। ତେବେ ହୁତି ବିଦ୍ରେହୀଙ୍କ ଡ୍ରୋନ ତାର ଲକ୍ଷ୍ୟକୁ ହାତଛଡା କରିଥିଲା। ତେବେ ଡ୍ରୋନ ଆକ୍ରମଣରେ ଭାରତୀୟ ପତାକା ଉତ୍ତୋଳିତ ଏମ.ଭି ସାଇବାବା ଆସିଥିଲେ।

Share