ସିରିଆରେ ସାମରିକ ଏକାଡେମୀ ଉପରେ ଡ୍ରୋନ ଆକ୍ରମଣ: ୧୦୦ରୁ ଅଧିକ ମୃତ

ଡାମସକସ୍‌,୬।୧୦: ସିରିଆରେ ସାମରିକ ଏକାଡେମୀର ଡ୍ରୋନ ଆକ୍ରମଣରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ସିରିଆ ପ୍ରତିରକ୍ଷା ମନ୍ତ୍ରୀ ସାମରିକ ସମାରୋହ ଛାଡିବାର କିଛି ମିନିଟ ପରେ ଡ୍ରୋନ ଆକ୍ରମଣ ହୋଇଥିଲା। ସିରିଆ ଗତ ୧୨ ବର୍ଷ ଧରି ଗୃହଯୁଦ୍ଧର ସାମ୍ନା କରିଆସୁଛି।
ଏହି ଆକ୍ରମଣରେ ଉଭୟ ସୈନିକ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। କେଉଁ ଗୋଷ୍ଠୀ ଏହି ଆକ୍ରମଣ କରିଛନ୍ତି ତାହା ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ ଉଲ୍ଲେଖ କରାଯାଇ ନାହିଁ। ଦେଶର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟ ମିଳିତ ବିବୃତ୍ତିରେ କହିଛନ୍ତି ଯେ, ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ବଳ ସହିତ ଜବାବ ଦିଆଯିବ।

Share