ଭୁଲ ବଶତଃ ଗାଁ ଉପରେ ଡ୍ରୋନ ଆଟାକ, ୮୦ରୁ ଅଧିକ ମୃତ, ୬୦ରୁ ଅଧିକ ଆହତ

ଅବୁଜା,୫।୧୨: ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗ୍ରାମରେ ଭୁଲରେ ସେନା ଡ୍ରୋନ ଆକ୍ରମଣରେ ମୁସଲମାନ ପର୍ବ ପାଳନ କରୁଥିବା ଡଜନେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ନାଇଜେରିଆର ସ୍ଥାନୀୟ ଅଧିକାରୀଙ୍କ ସମେତ ସେନା ସହ ଜଡିତ ଲୋକମାନେ ସୂଚନା ଦେଇଛନ୍ତି ଯେ ରବିବାର ଉତ୍ତର-ପଶ୍ଚିମ ନାଇଜେରିଆର ଏକ ଗାଁ ରେ ହଠାତ୍‌ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା।

ଗତ ରବିବାର କଡୁନା ରାଜ୍ୟର ତୁଦୁନ ବିରି ଗ୍ରାମରେ ହୋଇଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ସମ୍ପର୍କରେ ନାଇଜେରିଆ ସେନା ଜଣାଇ ନାହାଁନ୍ତି, କିନ୍ତୁ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏଥିରେ ବହୁ ଲୋକ ଆହତ ହୋଇଛନ୍ତି। ଏହା ଉପରେ ସ୍ଥାନୀୟ ଅଧିକାରୀମାନେ ମଧ୍ୟ ମତ୍ୟୁର ସଂଖ୍ୟା ନିଶ୍ଚିତ କରିଛନ୍ତି। ଆତଙ୍କବାଦୀ ଏବଂ ମିଲିସିଆ ଡକାୟତମାନଙ୍କୁ ଟାର୍ଗେଟ କରି ସାମରିକ ଡ୍ରୋନ ଷ୍ଟ୍ରାଇକ ପରେ କଡ୍ଡୁନା ରାଜ୍ୟପାଳ ଉବା ସାନି ତଦନ୍ତ ନିର୍ଦ୍ଦେଶ ଦେଇ କହିଛନ୍ତି ଆତଙ୍କବାଦୀ ଓ ମିଲିସିଆ ଡକାୟତଙ୍କୁ ଟାର୍ଗେଟ କରି ଏକ ସେନା ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପରେ ମାଲୁଦ ପାଳନ କରୁଥିବା ମୁସଲମାନ ଶ୍ରଦ୍ଧାଳୁଙ୍କର ଭୁଲ ବଶତଃ ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଷ୍ମଗିରୀ କଲେଜରେ ଓଡ଼ିଆ ପକ୍ଷ ପାଳନ: ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଶନିବାର ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ...

ଜୟନାରାୟଣଙ୍କ ପୁଣି ବିସ୍ଫୋରକ ବୟାନ: ଗୋଟିଏ ହୁଇସିଲରେ ଭାଙ୍ଗିଯିବ ବିଜେଡି

ଭୁବନେଶ୍ୱର,୧୨।୪: ରାଜ୍ୟରେ ୱକ୍‌ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ଏଭଳି ସ୍ଥିତିରେ...

ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୨।୪: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡ (AJL)ର ସଂଲଗ୍ନ ସମ୍ପତ୍ତିକୁ...

ସାଧାରଣ ଚଳଣି ସହ ସ୍ବାସ୍ଥ୍ୟ ଗଠନ ନେଇ ପାଠ ପଢାଇଲେ ଶିକ୍ଷକ, ଦିବ୍ୟାଙ୍ଗ ଓ ସାଧାରଣ ଛାତ୍ରୀଛାତ୍ରଙ୍କୁ ସମାନ ଶିକ୍ଷା ପ୍ରଦାନ ପାଇଁ ତାଲିମ

ଦାରିଙ୍ଗବାଡ଼ି, ୧୨।୪ (ଅରୁଣ ସାହୁ): ସାଧାରଣ ଚଳଣି ଓ ସ୍ବାସ୍ଥ୍ୟ ଗଠନ ରହିଥିବା ଛାତ୍ରୀଛାତ୍ରଙ୍କ ଭଳି ସହ ସମାନ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ...

ଆପଣଙ୍କ WhatsAppକୁ ଆସୁଛି କି ଅଜଣା ନମ୍ବରରୁ ବ୍ଲର୍‌ ଫଟୋ? ଗୋଟିଏ ଭୁଲ୍‌ ଯୋଗୁ ଖାଲି ହୋଇଯିବ ଆକାଉଣ୍ଟ 

ନୂଆଦିଲ୍ଲୀ,୧୨।୪: ଆଜିକାଲି ହ୍ବାଟ୍ସଆପରେ ଏକ ନୂତନ ଠକେଇ ସାମ୍ନାକୁ ଆସିଛି। ଯାହାକୁ ବ୍ଲର୍‌ ଇମେଜ ସ୍କାମ କୁହାଯାଉଛି। ଲୋକଙ୍କୁ ଠକିବା ପାଇଁ ବହୁତ ଚତୁରତାର ସହିତ...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ଉପରୁ ଉଠିଲା ପରଦା! କେବେ ଧ୍ୱଂସ ହେବ ବିଶ୍ୱ, ମସିହା ଜାଣିଲେ…

ସୋଫିଆ: ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ ୫୦୭୯ ମସିହାରେ ପୃଥିବୀ ଶେଷ ହେବ ବା ବିଶ୍ୱ ଧ୍ୱଂସ ହେବ। ବାବା ତାଙ୍କ...

Heavy Rainfall: ହଠାତ୍‌ ଅନ୍ଧାର ହୋଇଗଲା ଭୁବନେଶ୍ୱର, ମାଡ଼ି ଆସିଲା ଝଡବର୍ଷା

ଭୁବନେଶ୍ୱର,୧୨।୪: ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି...

ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image