ଭୁଲ ବଶତଃ ଗାଁ ଉପରେ ଡ୍ରୋନ ଆଟାକ, ୮୦ରୁ ଅଧିକ ମୃତ, ୬୦ରୁ ଅଧିକ ଆହତ

ଅବୁଜା,୫।୧୨: ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗ୍ରାମରେ ଭୁଲରେ ସେନା ଡ୍ରୋନ ଆକ୍ରମଣରେ ମୁସଲମାନ ପର୍ବ ପାଳନ କରୁଥିବା ଡଜନେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ନାଇଜେରିଆର ସ୍ଥାନୀୟ ଅଧିକାରୀଙ୍କ ସମେତ ସେନା ସହ ଜଡିତ ଲୋକମାନେ ସୂଚନା ଦେଇଛନ୍ତି ଯେ ରବିବାର ଉତ୍ତର-ପଶ୍ଚିମ ନାଇଜେରିଆର ଏକ ଗାଁ ରେ ହଠାତ୍‌ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା।

ଗତ ରବିବାର କଡୁନା ରାଜ୍ୟର ତୁଦୁନ ବିରି ଗ୍ରାମରେ ହୋଇଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ସମ୍ପର୍କରେ ନାଇଜେରିଆ ସେନା ଜଣାଇ ନାହାଁନ୍ତି, କିନ୍ତୁ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏଥିରେ ବହୁ ଲୋକ ଆହତ ହୋଇଛନ୍ତି। ଏହା ଉପରେ ସ୍ଥାନୀୟ ଅଧିକାରୀମାନେ ମଧ୍ୟ ମତ୍ୟୁର ସଂଖ୍ୟା ନିଶ୍ଚିତ କରିଛନ୍ତି। ଆତଙ୍କବାଦୀ ଏବଂ ମିଲିସିଆ ଡକାୟତମାନଙ୍କୁ ଟାର୍ଗେଟ କରି ସାମରିକ ଡ୍ରୋନ ଷ୍ଟ୍ରାଇକ ପରେ କଡ୍ଡୁନା ରାଜ୍ୟପାଳ ଉବା ସାନି ତଦନ୍ତ ନିର୍ଦ୍ଦେଶ ଦେଇ କହିଛନ୍ତି ଆତଙ୍କବାଦୀ ଓ ମିଲିସିଆ ଡକାୟତଙ୍କୁ ଟାର୍ଗେଟ କରି ଏକ ସେନା ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପରେ ମାଲୁଦ ପାଳନ କରୁଥିବା ମୁସଲମାନ ଶ୍ରଦ୍ଧାଳୁଙ୍କର ଭୁଲ ବଶତଃ ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି।

Share