ଇରାନରେ ଡ୍ରୋନ ଆକ୍ରମଣ: ଇସ୍ରାଏଲ ଉପରେ ସନ୍ଦେହ…

ତେହେରାନ,୩୦।୧ : ଇରାନର ଏକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଡ୍ରୋନ ଆକ୍ରମଣ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ଇରାନର ଇସ୍ଫାହାନ ସହରରେ ଅବସ୍ଥିତ ଏକ କାରଖାନା ଉପରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଆକ୍ରମଣରେ ଇସ୍ରାଏଲର ହାତ ଅଛି। ଇସ୍ରାଏଲ ସେନାର ମୁଖପାତ୍ର ଏ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି।

ଏଥି ସହିତ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଆମେରିକାର ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଇରାନରେ ହୋଇଥିବା ଆକ୍ରମଣ ପଛରେ ଇସ୍ରାଏଲ ରହିଥିବା ସନ୍ଦେହ ରହିଛି। ପେଣ୍ଟାଗନ ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ ପାଟ୍ରିକ ରାଇଜର ଦାବି କରିଛନ୍ତି ଯେ ଇରାନ ଉପରେ ହୋଇଥିବା ଆକ୍ରମଣରେ ଆମେରିକାର ସୈନ୍ୟ ସମ୍ପୃକ୍ତ ନୁହଁନ୍ତି।

ଇରାନ ମଧ୍ୟ କୌଣସି ଦେଶର ନାମ ଦେଇନାହିଁ ଏବଂ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଡ୍ରୋନ ଆକ୍ରମଣକୁ ଭୟଭୀତ ଏବଂ ଇରାନରେ ଅସୁରକ୍ଷିତତା ସୃଷ୍ଟି କରିବାର ପ୍ରୟାସ ବୋଲି ବର୍ଣ୍ଣନା କରିଛି। ତେବେ ଏହି ଆକ୍ରମଣ ପଛରେ ଇସ୍ରାଏଲର ହାତ ଥିବା ଇରାନ ନେତା ହୁସେନ ମିର୍ଜେ କହିଛନ୍ତି। ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ କଳହ ଲାଗିଥିବା ବେଳେ ଏହି ଆକ୍ରମଣ ଘଟିଛି। ଏଥିସହ ପାଶ୍ଚାତ୍ୟ ଦେଶଗୁଡିକ ଅଭିଯୋଗ କରିଛନ୍ତି ଯେ ଇରାନ ଦୀର୍ଘ ଦୂରଗାମୀ ଡ୍ରୋନ ଆକ୍ରମଣରେ ରୁଷିଆ ଯୋଗାଉଛି।

ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଡ୍ରୋନ ଆକ୍ରମଣରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଉଦ୍ୟମ ଜାରି ରହିଛି। ଇରାନ ଏହା ମଧ୍ୟ କହିଛି ଯେ ଏଭଳି ଆକ୍ରମଣ ଏହାର ଶାନ୍ତିପୂର୍ଣ୍ଣ ଆଣବିକ କାର୍ଯ୍ୟକ୍ରମର ଅଗ୍ରଗତିକୁ ରୋକିପାରିବ ନାହିଁ। ଇସ୍ରାଏଲରେ ବେଞ୍ଜାମିନ ନେତାନ୍ୟାହୁ କ୍ଷମତାକୁ ଆସିବା ପରେ ଏହା ଇରାନ ଉପରେ ଇସ୍ରାଏଲର ପ୍ରଥମ ଆକ୍ରମଣ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

TVS ଆଣିଲା ସୁଲଭ ସ୍ପୋଟ୍ସ ବାଇକ୍‌, ଫଚ୍ୟୁନରଠାରୁ ଅଧିକ ରହିଛି ସ୍ପିଡ୍‌

ନୂଆଦିଲ୍ଲୀ,୧୮।୪: ଟିଭିଏସ୍‌ ମୋଟର କମ୍ପାନୀ ଅପଡେଟେଡ୍‌ ୨୦୨୫ ଆପାଚି ଆର୍‌ଆର୍‌ ୩୧୦ ଲଞ୍ଚ କରିଛି। ଟିଭିଏସ୍‌ ମୋଟରର ଏହି ବାଇକର ଅନେକ ବୈଶିଷ୍ଟ୍ୟ ରହିଛି। ଏହା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image