ଭାକ୍ସିନ୍‌ ବୋହିନେବ ଡ୍ରୋନ୍‌: ମିଳିଲା ମଞ୍ଜୁରୀ…

ହାଇଦ୍ରାବାଦ୍‌,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିିଛି। ଏପରିସ୍ଥଳେ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଡ୍ରୋନ୍‌ ଦ୍ୱାରା କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ବୀକୃତି ପ୍ରଦାନ କରାଯାଇଛି। ତେଲଙ୍ଗାନାରେ ଏଭଳି ଭାକ୍ସିନ୍‌ ଯୋଗାଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଭଳି ପ୍ରୟୋଗାତ୍ମକ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଦୃଶ୍ୟତା ସୀମା ମଧ୍ୟରେ ହିଁ ସୀମିତ ରହିବ ବୋଲି ମନ୍ତ୍ରଣାଳୟ କହିଛି। ଏନେଇ ରାଜ୍ୟ ସରକାର କହିଛନ୍ତି ଯେ, ‘ମେଡ଼ିସିନ୍‌ ଫ୍ରମ୍‌ ସ୍କାଏ’ କାର୍ଯ୍ୟକ୍ରମକୁ ଏକ ବର୍ଷ ପାଇଁ ଅନୁମତି ମିଳିଛି। ଏହା ଉପରେ ଦୃଶ୍ୟତା ସୀମା ମଧ୍ୟରେ ବ୍ୟାପକ ଗବେଷଣା କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ଲାଗୁ କରାଯିବାର ଯୋଜନା ରହିଥିବା ରାଜ୍ୟ ସରକାର କହିଛନ୍ତି। ମେ’ ଶେଷ ସୁଦ୍ଧା ପ୍ରୟୋଗାତ୍ମକ ଭାବେ ‘ମେଡ଼ିସିନ୍‌ ଫ୍ରମ୍‌ ସ୍କାଏ’ କାର୍ଯ୍ୟକ୍ରମର ଆରମ୍ଭ କରାଯିବାର ସମ୍ଭାବନା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share