
ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ବରଣମାଳା ପିନ୍ଧାଇବାର ଏକ ସ୍ବତନ୍ତ୍ର ନୀତି ରହିଥାଏ। ଏବେକାର ବିବାହରେ ରୀତିନୀତିକୁ କମ୍ ଗୁରୁତ୍ୱ ଦିଆଯାଇ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ବିବାହ ଧୀରେ ଧୀରେ ହାଇଟେକ୍ ହେବାରେ ଲାଗିଛି। ସମ୍ପ୍ରତି ଏହିପରି ଏକ ବିବାହର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରଣମାଳା ଡ୍ରୋନ୍ ନେଇକରି ଆସୁଛି। ଡ୍ରୋନ୍ ସାହାଯ୍ୟରେ ବରଣମାଳା ଉଡ଼ି ଆସୁଥିବାବେଳେ ଉଭୟ ବରକନ୍ୟା ବିବାହ ମଣ୍ଡପରେ ଠିଆ ହୋଇ ଦେଖୁଛନ୍ତି। ବରଣମାଳା ପହଞ୍ଚତ୍ବାମାତ୍ରେ ବର ଏହାକୁ ଡ୍ରୋନ୍ଠାରୁ ଛଡେଇ ନେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାରର ମଜାଳିଆ କମେଣ୍ଟ ଦେଇଛନ୍ତି।