ଅମୃତଶର,୯।୨: ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଯବାନମାନେ ପଞ୍ଜାବର ଅମୃତଶରରେ ଏକ ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଜଗରାହିଆନ ସୀମା ଆଉଟ୍ପୋଷ୍ଟଠାରେ ପାକିସ୍ତାନୀ ଡ୍ରୋନ ଦୁଇଟି ବୋମା ପକାଇଥିଲା। ସଜାଗ ଥିବା ଯବାନମାନେ ତୁରନ୍ତ ଡ୍ରୋନକୁ ଗୁଳି ମାଡ଼ କରିଥିଲେ। କିନ୍ତୁ ଏହା ପାକିସ୍ତାନ ସୀମାକୁ ଖସି ପଳାଇଥିଲା।
ଏହି ଘଟଣା ପରେ ବିଏସ୍ଏଫ୍ ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେଶନ ପରେ ଦୁଇଟି ସ୍ଥାନରୁ ବିସ୍ଫୋ ଉଦ୍ଧାର କରାଯାଇଥିଲା। ଡ୍ରୋନ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା, ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ପଠାଯାଉଥିବାରୁ ସୁରକ୍ଷା କର୍ମୀ ଏବେ ଅଧିକ ସଜାଗ ଅଛନ୍ତି।