ଭୁବନେଶ୍ୱର,୨୬।୪: ଏମ୍ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ ପୋଲିସ ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ, ଗୁରୁବାର ସୁରେଶ ପୂଜାରୀଙ୍କ ଘର ପରିସରରେ ଗୋଟିଏ ଡ୍ରୋନ୍ ଖସିପଡ଼ିଥିଲା। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍ ପଡିଥିଲା। ଯାହାକୁ ନେଇ ବେଲପାହାଡ଼ ପୋଲିସ ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଡ୍ରୋନ୍ଟି ବନ ବିଭାଗର ବୋଲି ପୋଲିସ କହିଛି। ଅନ୍ୟପଟେ, ଡ୍ରୋନ୍କୁ ନେଇ ଏମ୍ପି ସନ୍ଦେହ ଘେରରେ ଥିଲେ।