Categories: ଜାତୀୟ

ଲାଲ କିଲ୍ଲା ଉପରେ ଡ୍ରୋନ୍‌

ନୂଆଦିଲ୍ଲୀ,୪।୮: ଦେଶର ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲାରେ ବୁଧବାର ଏକ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ପୋଲିସ ଚିନ୍ତିତ ହୋଇଯାଇଥିଲା। ଏହାପରେ ଦିଲ୍ଲୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଡ୍ରୋନ୍‌କୁ ଜବତ କରିଛି। ତେବେ କାର୍ଯ୍ୟାନୁଷ୍ଠାନ ସମୟରେ ଜଣାପଡ଼ିଥିଲା ଯେ, ଏହି ଡ୍ରୋନ୍‌ ଫିଲ୍ମର ସୁଟିଂ ପାଇଁ ଉଡାଯାଇଥିଲା। ସୂଚନାଯୋଗ୍ୟ, ଅଗଷ୍ଟ ୧ରେ ଲାଲ କିଲ୍ଲାର ପଛରେ ଥିବା ବିଜୟ ଘାଟରେ ୱେବ ସିରିଜର ଶୁଟିଂ ଚାଲିଥିଲା। ଶୁଟିଂ ସମୟରେ ଡ୍ରୋନ୍‌ର ବ୍ୟବହାର କରାଯାଇଥିଲା ଏବଂ ସେହି ଡ୍ରୋନ୍‌କୁ ଲାଲ କିଲ୍ଲା ଉପରେ ଉଡାଯାଇଥିଲା। ଡ୍ରୋନ ଦେଖିବା ମାତ୍ରେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୋଲିସ ଉକ୍ତ ଡ୍ରୋନ ଉପରେ ନଜର ରଖିଥିବା ବେଳେ ଅବତରଣ ମାତ୍ରେ ହିଁ ପୋଲିସ ଏହାକୁ ଜବତ କରିଥିଲା। ତେବେ ୱେବ ସିରିଜ ଶୁଟିଂ କରୁଥିବା ଲୋକଙ୍କ ନିକଟରେ ଡ୍ରୋନ୍‌ ଉଡ଼ାଇବା ଅନୁମତି ନ ଥିବାରୁ ପୋଲିସ ସୋମନଙ୍କର ବିରୋଧରେ ମାମଲା ରୁଜୁ କରି ଉକ୍ତ ଡ୍ରୋନକୁ ଜବତ କରିଥିବା ଜଣାପଡ଼ିଛି।

Share