Advertisement

ୟୁକ୍ରେନ କରୁଛି ଡ୍ରୋନ ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୨୩।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ,ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ସେମାନେ ମସ୍କୋରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ତିନୋଟି ୟୁକ୍ରେନ ଡ୍ରୋନକୁ ଧ୍ୱଂସ କରିଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ବୁଧବାର ସକାଳେ ୟୁକ୍ରେନ ମସ୍କୋ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହା ବାଧାପ୍ରାପ୍ତ ହୋଇଥିଲା। ଏହି ଆକ୍ରମଣରେ ତିନୋଟି ଡ୍ରୋନ ସମ୍ପୃକ୍ତ ଥିଲେ। ଏହା ମଧ୍ୟ କୁହାଯାଇଛି ମୋଜାଇସ୍କି ଏବଂ ଖିମକିସ୍କି ଜିଲାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଦୁଇଟି ଡ୍ରୋନ ନଷ୍ଟ ହୋଇଥିବାବେଳେ ତୃତୀୟ ଡ୍ରୋନ ନିୟନ୍ତ୍ରଣ ହରାଇଥିଲା। ପରେ ମସ୍କୋ ସିଟି କମ୍ପ୍ଲେକ୍ସରେ ନିର୍ମାଣାଧୀନ ଏକ କୋଠା ଉପରେ ଡ୍ରୋନ ଖସିପଡିଥିଲା।

ମନ୍ତ୍ରଣାଳୟ କହିଛି ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ। ମସ୍କୋ ମେୟର ସରୋଜ ସୋବିୟାନିନ କହିଛନ୍ତି ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share