ଏଣିକି ଓଷଧ  ପହଞ୍ଚାଇବ ଡ୍ରୋନ୍‌: ରାୟଗଡ଼ାରେ ହେଲା ଶୁଭାରମ୍ଭ

ରାୟଗଡ଼ା,୧୮।୧୧(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲାରେ ସ୍ବାସ୍ଥ୍ୟସେବାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି। (ୟୁଏସ୍‌ଏଆଇଡି ) ସମର୍ଥିତ ସମରିଧ  ଏବଂ ଆଇପିଇ  ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡଓ୍ବିଙ୍ଗ   ଭଳି ଅଗ୍ରଣୀ ଷ୍ଟାର୍ଟଅପ ଅନୁଷ୍ଠାନ ସହଯୋଗରେ ବାରିଝୋଲା ସ୍ଥିତ ଜଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାସ୍ଥ୍ୟସେବା ଡ୍ରୋନ ବିତରଣ ନେଟୱାର୍କର ଶୁଭାରମ୍ଭ ହୋଇଯାଇଛି ।
ଜିଲାର କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଡ୍ରୋନ ସାହାଯ୍ୟରେ ଔଷଧ ପଠାଯାଇଛି । ଏହା ସଫଳ ହେବା ଜିଲାର  ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳକୁ ଏହା ସାହାଯ୍ୟରେ ନମୁନା ଏବଂ ଔଷଧ ପଠାଯିବ। ଜିଲା ମୁଖ୍ୟାଳୟରେ ବସି ଜଣେ ବ୍ୟକ୍ତି ଏହି ଡ୍ରୋନର ପରିଚାଳନା କରିବେ। ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ ଅଛି, ଯାହା ଲୋକଙ୍କ ଅସୁବିଧା ସମୟରେ କାମରେ ଆସିବ।
Share