ମଣିପୁର ହିଂସାରେ ଡ୍ରୋନ୍‌

୨୦୨୩ ମସିହା ମେ’ ମାସରୁ ମଣିପୁରରେ ‘ମେଇତି’ ଏବଂ ‘କୁକି’ ମଧ୍ୟରେ ଲାଗିରହିଥିବା ଜାତିଆଣ ହିଂସା ଥମିବା ପରିବର୍ତ୍ତେ ଦିନକୁ ଦିନ ଉଗ୍ରରୂପ ନେବା ସହ ‘ଡ୍ରୋନ୍‌’ ମୋର୍ଟାର ବ୍ୟବହାର ବିବାଦକୁ ନୂଆ ମୋଡ଼ ଦେଇଛି । ଏହା କେବଳ ଦଙ୍ଗାଗ୍ରସ୍ତ ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ନିମ୍ନଗାମୀ କରିଛିି, ସମସ୍ୟା ସମାଧାନ କରିବାରେ ଉଭୟ କେନ୍ଦ୍ର, ରାଜ୍ୟ ସରକାର ଏବଂ ସୁରକ୍ଷାକର୍ମୀଙ୍କ ବିଫଳତାକୁ ପ୍ରମାଣିତ କରୁଛି ବୋଲି କହିଲେ ହୁଏତ ଅତିରଞ୍ଜିତ ହୋଇ ନ ପାରେ। ମେଇତି ସମ୍ପ୍ରଦାୟ ଅଧ୍ୟୁଷିତ ଇମ୍ଫାଲ ପଶ୍ଚିମ ଜିଲାର ଏକ ଗ୍ରାମ ଉପରେ ଚରମପନ୍ଥୀଙ୍କ ଡ୍ରୋନ୍‌ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ଡ୍ରୋନ୍‌ ସହାୟତାରେ ଚରମପନ୍ଥୀମାନେ ବୋମା ମାଡ଼ କରିଥିବା କୁହାଯାଇଥିବାବେଳେ ଏହି ଆକ୍ରମଣରେ କୁକି ସମ୍ପ୍ରଦାୟର ମିଲିଟାଣ୍ଟ ସଂଗଠନ ଭାବେ ପରିଚିତ କୁକି-ଜୋ’ର ହାତ ଥିବା ଅନୁମାନ କରାଯାଏ। ଏହି ଅଞ୍ଚଳରେ କୁକି-ଜୋ’ର ଲୋକଙ୍କ ଉପରେ ମେଇତିର ଉଗ୍ରପନ୍ଥୀ ଗୋଷ୍ଠୀର ଆକ୍ରମଣର ପ୍ରତିଶୋଧ ସ୍ବରୂପ ଡ୍ରୋନ୍‌ ଆକ୍ରମଣ ହୋଇଥିବା କୁହାଯାଏ। ତେବେ ଏଭଳି ଏକ ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିବାବେଳେ କିମ୍ବା ସ୍ପଷ୍ଟ ଭାବେ କୌଣସି ପ୍ରମାଣ ମିଳି ନ ଥିବାବେଳେ ଡ୍ରୋନ୍‌ ଆକ୍ରମଣ ଯେ ଜାତିଆଣ ଦଙ୍ଗା ସୃଷ୍ଟିକାରୀଙ୍କ ଏକ ନୂତନ କୌଶଳ ଏହା ସ୍ବୀକାର କରିବାକୁ ହେବ।
ଏହା ନିଃସନ୍ଦେହ ଯେ, ମଣିପୁରରେ ସନ୍ଦିଗ୍ଧ ଉଗ୍ରପନ୍ଥୀଙ୍କ ବୋମାମାଡ଼ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଡ୍ରୋନ୍‌ ବ୍ୟବହାର ନିଶ୍ଚିତ ଭାବେ ଚିନ୍ତାଜନକ। ଏହି ଡ୍ରୋନ୍‌ ଆକ୍ରମଣରେ ଅନୁଧ୍ୟାନ ଏବଂ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହା ସତ୍ୟ ଯେ, ବିଶ୍ୱରେ ବିଭିନ୍ନ ଅଞ୍ଚଳରେ ବିବାଦୀୟ ଜୋନ୍‌ଗୁଡିକରେ ଡ୍ରୋନ୍‌ ବ୍ୟବହାର ଏବେ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ୟେମେନର ହୁଟି ଆତଙ୍କବାଦୀ ସଂଗଠନ ଲୋହିତ ସାଗରରେ ଜାହାଜ ଚଳାଚଳକୁ ହାରାଶ କରିବା ପାଇଁ ଡ୍ରୋନ୍‌ ବ୍ୟବହାର କରିଥିବାବେଳେ ୨୦୨୦ରେ ଆଜରବୈଜାନ ଏବଂ ଆର୍ମେନିଆ ମଧ୍ୟରେ ନାଗୋର୍ଣ୍ଣୋକାରବାଗ ଦ୍ୱିତୀୟ ଯୁଦ୍ଧରେ ଆଜେରି ବାହିନୀ ବ୍ୟାପକ ଡ୍ରୋନ୍‌ ବ୍ୟବହାର କରିଥିଲେ। ଗତ କିଛିବର୍ଷ ଧରି ଭାରତୀୟ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପାକିସ୍ତାନୀ ଡ୍ରୋନ୍‌ଗୁଡ଼ିକ ବ୍ୟାପକ ଅସ୍ତ୍ରଶସ୍ତ୍ର ଓ ନିଷିଦ୍ଧ ଔଷଧ ବାରମ୍ବାର ପକାଇଥିଲେ, ଯାହାକି ଭାରତ ସରକାର ଏବଂ ଭାରତୀୟ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ମଣିପୁର ଘଟଣାରେ ଡ୍ରୋନ୍‌ରେ ରାଜ୍ୟ ଅସ୍ତ୍ରାଗାର ଏବଂ ବିଭିନ୍ନ ଥାନାରୁ ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ବୋମା ଖଞ୍ଜାଯାଇଥିବା ବିଶ୍ୱାସ କରାଯାଉଛି। ତେବେ ମଣିପୁରରେ ଡ୍ରୋନ୍‌ ଆକ୍ରମଣ ଘଟଣା ୨୦୨୧ରେ ଭାରତ ସରକାରଙ୍କ ଡ୍ରୋନ୍‌ ନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଆଶା କରାଯାଏ। ଡ୍ରୋନ୍‌ ସହାୟତାରେ ଦେଶର ବିଭିନ୍ନ ହସ୍ପିଟାଲକୁ ଜୀବନ ରକ୍ଷାକାରୀ ଔଷଧ, ରକ୍ତ, କିଡ୍‌ନୀ, ମାନବ ଅଙ୍ଗ ପଠାଯାଉଛି। ଯାହାକି ଭାରତ ସରକାରଙ୍କ କୋହଳ ନୀତି ଯୋଗୁ ସମ୍ଭବ ହୋଇପାରିଛି। ତେବେ ମାନବ ସମାଜର ଅହିତକର ଓ ଧ୍ୱଂସର ତାଣ୍ଡବ ରଚୁଥିବା ଘଟଣାରେ ଡ୍ରୋନ୍‌ ବ୍ୟବହାରର ମୁକାବିଲା ପାଇଁ ଏବେ ସମୟ ଉପନୀତ ହୋଇଛି । ମଣିପୁର ହିଂସାକୁ ଇତିମଧ୍ୟରେ ୧୬ମାସ ପୂରିବାକୁ ଯାଉଥିବାବେଳେ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ମନେହୁଏ। କେବଳ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନ ଏବଂ ସିବିିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ନିଜର କର୍ତ୍ତବ୍ୟ ସାରିଦେଇଥିବା କୁହାଯାଇପାରେ। ଗଲା ଲୋକ ସଭା ନିର୍ବାଚନରେ ରାଜ୍ୟର ଦୁଇଟି ଯାକ ଆସନରେ ଭାଜପାର ଶୋଚନୀୟ ପରାଜୟ ସତ୍ତ୍ୱେ ଏଥିରୁ ଦଳ କିମ୍ବା ସରକାର କିଛି ଗ୍ରହଣ କରି ନ ଥିବା ମନେହୁଏ। ଯାହାର ପରିଣତି ସ୍ବରୂପ ହିଂସାକାଣ୍ଡ ଉଗ୍ରରୂପ ନେବା ସହ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେବା ଜରୁରୀ। ଅନ୍ୟଥା ପାହାଡିଆ ରାଜ୍ୟର ପରିସ୍ଥିତି ଚରମପନ୍ଥୀ ହାତକୁ ଚାଲିଯାଇପାରେ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଡ୍ରୋନ୍‌ରେ ବୋମାମାଡ଼।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼, ଭୁବନେଶ୍ୱର
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri