Advertisement
Categories: ଜାତୀୟ

ମଣିଷଙ୍କୁ ନେଇ ଉଡ଼ିବ ଡ୍ରୋନ୍‌, ନୌସେନାରେ ହେବ ସାମିଲ…

ନୂଆଦିଲ୍ଲୀ,୫।୧୦ : ପ୍ରଥମ ଥର ପାଇଁ ଭାରତ ମଣିଷଙ୍କୁ ନେଇ ଉଡୁଥିବା ବରୁଣ ଡ୍ରୋନକୁ ବିକଶିତ କରାଯାଇଛି। ସ୍ବଦେଶୀ ନିର୍ମିତ ଏହି ପାଇଲଟ ବିହୀନ ଡ୍ରୋନ ଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବ। ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ପରେ ଭାରତୀୟ ନୌସେନା ଏହାକୁ ପ୍ରଥମ ଥର ଯୁଦ୍ଧ ଜାହାଜରେ ବ୍ୟବହାର କରିବ। ଏହା ପରେ ଏହା ମାନବ ପରିବହନ ପାଇଁ ବ୍ୟବହୃତ ହେବ। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ସ୍ବାବଲମ୍ବନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଏହା ପ୍ରଦର୍ଶନ କରାଯାଇଥିଲା।

ଷ୍ଟାର୍ଟଅପ ୍‌ସାଗର ଡିଫେନ୍ସ ଦ୍ୱାରା ସ୍ବଦେଶୀ ଡ୍ରୋନ ବରୁଣ ବିକଶିତ କରାଯାଇଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ କେବଳ ବସିବାକୁ ପଡିବ। ଏହି ଡ୍ରୋନ ତାଙ୍କୁ ନିଜେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ। ଏହା ରିମୋଟ ସାହାଯ୍ୟରେ ପରିଚାଳିତ ହେବ। ଏହାର ଚାରୋଟି ଅଟୋ ପାଇଲଟ ମୋଡ ଅଛି, କେତେକ ରୋଟର୍‌ ବିଫଳତା ପରିସ୍ଥିତିରେ ମଧ୍ୟ କ୍ରମାଗତ ଉଡ଼ିବାର କ୍ଷମତା ରହିଛି। ବର୍ତ୍ତମାନ, ଏହା ସ୍ଥଳଭାଗରେ ପରୀକ୍ଷଣ କରାଯାଇଛି। ଆସନ୍ତା ତିନି ମାସ ମଧ୍ୟରେ ସମୁଦ୍ରରେ ପରୀକ୍ଷା କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share