୨୦ ଜିଲାରେ ହୋଇପାରେ ମରୁଡ଼ି

ଭୁବନେଶ୍ୱର,୬।୮(ବ୍ୟୁରୋ): ଓଡ଼ିଶାକୁ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିଥିଲା। ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ କିଛି ସ୍ଥାନରେ ବର୍ଷା ଅଭାବ ରହିଛି। ଫଳରେ ରାଜ୍ୟର ୨୦ଟି ଜିଲାରେ ମରୁଡ଼ି ସ୍ଥିତି ଦେଖାଦେଇଛି। ଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଜୁନ୍‌ ୧ରୁ ଅଗଷ୍ଟ ୬ତାରିଖ ମଧ୍ୟରେ ରାଜ୍ୟରେ ୨୬% କମ୍‌ ବର୍ଷା ହୋଇଥିବା ବେଳେ ୨୦ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏହି ଜିଲାଗୁଡ଼ିକ ହେଲା ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୋଳ, ସୋନପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼। ଏହା ଭିତରୁ ଯାଜପୁର ଜିଲାରେ ସର୍ବାଧିକ ୫୬% ନିଅଣ୍ଟିଆ ବର୍ଷା ହୋଇଛି।

ଶୁକ୍ରବାର ବାରିପଦାରେ ସର୍ବାଧିକ ୩୬.୪% ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଶନିବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୋଳ ଓ ବୌଦ୍ଧ ଜିଲାରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ବାବନା ରହିଛି। ଏନେଇ ଁ ଏ ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share