Categories: ଜାତୀୟ

ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଦ୍ରୌପଦୀ

ନୂଆଦିଲ୍ଲୀ,୨୫ ।୭: ସୋମବାର ଅର୍ଥାତ୍ ଜୁଲାଇ ୨୫ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ । ତେବେ ଶପଥ ଗ୍ରହଣ ପୂର୍ବରୁ ସେ ସକାଳୁ ସକାଳୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସକାଳ ୧୦ଟା ୧୫ରେ ଦ୍ରୌପଦୀ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ୨୧ ତୋପ ସଲାମି ସହ ଶପଥ ନେବେ ରାଷ୍ଟ୍ରପତି । ଏହାପରେ ପ୍ରାୟ ୧୦ଟା ୨୦ରେ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ତାଙ୍କର ପ୍ରଥମ ଭାଷଣ ପ୍ରଦାନ କରିବେ । ସକାଳ ୧୦ଟାରେ ସଂସଦର ଗେଟ ନମ୍ବର ୫ରେ ଦ୍ରୌପଦୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେଣ୍ଟ୍ରାଲ ହଲରେ ପହଞ୍ଚିବେ । ୧୦ଟା ୧୦ରେ ସେଣ୍ଟ୍ରାଲ ହଲରେ ଜାତୀୟ ସଙ୍ଗିତ ଗାନ କରାଯିବ ।

Share