ଯୋଡ଼ା,୧୩ା୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ତଥା ଯୋଡ଼ା ବନପାଳ ଅଧୀନ ଗୁରୁବେଡ଼ା ଜଙ୍ଗଲ ବେହେରା ହଟିଂ ଛକ ରାସ୍ତାରେ ବନ୍ୟ ପ୍ରାଣୀ ଝିଙ୍କ ଉପରେ କେହି ଗାଡ଼ି ଚଢ଼ାଇ ଦେଇଛି। ଝିଙ୍କର ମୃତ୍ୟୁ ଘଟିଥିବା ବେଳେ ଦେହାବଶେଷ ନେଇଯାଇଛନ୍ତି। ଘଟଣାରେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
ଜୁରୁଡି-ବାଂଶପାଣି ରାଜ୍ୟ ରାଜପଥରର ଉକ୍ତ ଛକ ନିକଟ ରାସ୍ତାରେ କେବଳ ରକ୍ତ, କିଛି ମାଂସ ଖଣ୍ଡ ପଡ଼ିଥିବା ଦେଖି ବାକୁ ମିଳିଥିଲା। ଖବର ପାଇ କେନ୍ଦୁଝର ଡିଏଫଓ ଏଚଡି ଧନରାଜଙ୍କ ନିର୍ଦ୍ଦେଶ କ୍ରମେ ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା ସଦଳବଳେ ପହଞ୍ଚତ୍ଥିଲେ। ରାସ୍ତାରେ ପଡ଼ିଥିବା ଝିଙ୍କର କିଛି ଅଂଶ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ଏ ନେଇ ବନପାଳ ପଣ୍ଡା କହିଥିଲେ, ପ୍ରାଥମିକ ତଦନ୍ତରୁ ଝିଙ୍କଟି ରାସ୍ତା ପାର ହେଉଥିବା ବେଳେ କୌଣସି ଗାଡ଼ି ଧକ୍କା ଦେବାରୁ ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ।